ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ କମିସନଙ୍କ ସ୍ୱାଧୀନତାକୁ ସରକାରମାନେ ଧ୍ୱଂସ କରିଦେଇଛନ୍ତି: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମ୍ବିଧାନ ନିରବତ୍ତାର ଲାଭ ଉଠାଉଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ନିର୍ବାଚନ କମିଶନର (ଇସି) ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ପାଇଁ କୌଣସି ଆଇନ ନ ଥିବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସିଇସି ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ଦାବିରେ ଆଗତ ମାମଲାର ଶୁଣାଣି କରି ଜଷ୍ଟିସ ଏମ ଜୋସେଫଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୩୨୪ରେ ନିର୍ବାଚନ କମିଶନ ନିଯୁକ୍ତି ବିଷୟରେ ସୂଚନା ପ୍ରଦାନ କରାଯାଇଛି। ତେବେ ଏପରି ନିଯୁକ୍ତି ପାଇଁ ଏହି ଆଇନ ଅନୁମତି ଦେଉନାହିଁ।

ସେଥିପାଇଁ ଏ ସମ୍ବନ୍ଧରେ ସଂସଦରେ ଏକ ଆଇନ ବନାଇବାକୁ ପରିକଳ୍ପନା କରାଯାଇଥିଲା, ଯାହା ଗତ ୭୨ ବର୍ଷ ହେଲା ପଡି ରହିଛି। କେନ୍ଦ୍ର ଏହାର ଲାଭ ଉଠାଇ ଚାଲିଛି। ୨୦୦୪ ପରେ କୌଣସି ସିଇସି ୬ ବର୍ଷର କାର୍ଯ୍ୟକାଳ ପୂରଣ କରିନାହାନ୍ତି। ୟୁପିଏ ସରକାରର ୧୦ ବର୍ଷ ସମୟରେ ୬ ସିଇସି ଥିଲେ। ଏନଡିଏର ଆଠ ବର୍ଷରେ ୮ ସିଇସି ହେଲେଣି। ଏହା ଚିନ୍ତାର ବିଷୟ। ଏହାକୁ ନେଇ ସମ୍ବିଧାନରେ କୌଣସି ସନ୍ତୁଳନ ନାହିଁ। ଏଭଳି ଭାବରେ ସମ୍ବିଧାନ ନିରବତ୍ତାର ଫାଇଦା ଉଠାଯାଉଛି। କୌଣସି ଆଇନ ନ ଥିବାରୁ ଯାହା ଅଛି ତାହାକୁ ଠିକ୍‌ ଧରାଯାଉଛି। ଆଇନ ନ ଥିଲେ କିଛି କରାଯାଇପାରିବ ନାହିଁ। କାର୍ଯ୍ୟକାଳ ବହୁତ କମ୍‌ ସମୟ ପାଇଁ ହେଉଥିବାରୁ ସିଇସି କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ।

୨୦୦୪ ପରର ସିଇସି ନିଯୁକ୍ତି ତାଲିକା ଅନୁଯାୟୀ ଅଧିକାଂଶ ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରିନାହାନ୍ତି। ଏପରି ଲୋକଙ୍କୁ ନିଯୁକ୍ତି କରାଯାଉଛି ଯେପରି ସେମାନେ ଛଅ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ। ଜଷ୍ଟିସ ଯୋସେଫ କହିଛନ୍ତି ଯେ ସଂସଦରେ ଆଇନ ଆସୁ ବୋଲି ସମ୍ବିଧାନ ସଭା ଚାହୁଁଥିଲା। କିନ୍ତୁ ୭୨ କାର୍ଯ୍ୟକାରୀ ହେବାର ୭୨ ବର୍ଷ ମଧ୍ୟରେ ଆଇନ ଆସିପାରିଲା ନାହିଁ। ତେବେ ଆଟର୍ଣ୍ଣି ଜେନେରାଲ ଭେଙ୍କଣ୍ଟରମଣି ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ଅସାମ୍ବିଧାନିକ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି। କୋର୍ଟ ଏହାକୁ ଶେଷ କରିପାରିବେ ନାହିଁ।

Leave A Reply

Your email address will not be published.