ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ୩ୟ ଟି-୨୦: ସିରିଜ କ୍ଲିନସୁଇପ୍ ଲକ୍ଷ୍ଯରେ ଭାରତ

କୋଲକାତା: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଅନ୍ତିମ ତଥା ୩ୟ ମୁକାବିଲା ଆଜି ଖେଳାଯିବ। ଭାରତରେ କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ପ୍ରଥମ ୨ଟି ମୁକାବିଲାକୁ ଯଥାକ୍ରମେ ୫ ଓ ୭ ୱିକେଟ୍‌ରେ ଜିତି ରୋହିତ୍ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ରବିବାର ମ୍ୟାଚ୍ ଜିତି ଦଳ ସିରିଜ କ୍ଲିନ୍‌ ସୁଇପ୍ କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଟିମ୍ ସୌଦୀଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ସମ୍ମାନରକ୍ଷା କରିବା ଲାଗି ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ।

ଚଳିତ ସିରିଜକୁ ଆଗୁଆ କବ୍‌ଜା କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ୟଥର ଲାଗି ଟି ୨୦ ସିରିଜ ଜିତିବାର ସୌଭାଗ୍ୟ ଲାଭ କରିଛି। ସେହିଭଳି ଯଦି ରବିବାର ମ୍ୟାଚ୍‌ରେ ଭାରତ ବିଜୟୀ ହୁଏ ତେବେ ଦ୍ୱିତୀୟଥର ଲାଗି ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ କ୍ଲିନ୍‌ସୁଇପ୍ କରିବ । ଏଥିପୂର୍ବରୁ ୨୦୨୦ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ଗସ୍ତ କରି ଭାରତ ଘରୋଇ ଦଳ ବିପକ୍ଷରେ ୫-୦ରେ ଟି ୨୦ ସିରିଜ ବିଜୟୀ ହୋଇଥିଲା। ଅପରପକ୍ଷରେ  ଟି-୨୦ରେ ଭାରତର ସ୍ଥାୟୀ ଅଧିନାୟକ ନିଯୁକ୍ତ ହେବାପରେ ରୋହିତଙ୍କ ଏହା ପ୍ରଥମ ସିରିଜ ବିଜୟ ହେବ।

ଇଡେନ ଗାର୍ଡେନ୍ସରେ ମଧ୍ୟ ରୋହିତ୍‌ଙ୍କ  ସ୍ଵତନ୍ତ୍ର ସ୍ମୃତି ରହିଛି। ଏଠାରେ ସେ ଏକଦିବସୀୟ କ୍ରିକେଟ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୨୬୪ ରନ (ବନାମ ଶ୍ରୀଲଙ୍କା, ୨୦୧୪) ହାସଲ କରିଥିଲେ। ସେହିଭଳି ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ଗୁରୁ ଦାୟିତ୍ୱ ତୁଲାଇଥିବା କିମ୍ବଦନ୍ତୀ କ୍ରିକେଟର୍ ରାହୁଲ ଦ୍ରାବିଡ୍‌ଙ୍କ ପ୍ରଶିକ୍ଷଣରେ ଭାରତର ଏହା ପ୍ରଥମ ସିରିଜ ବିଜୟ। ସିରିଜ ଆଗୁଆ କବ୍‌ଜା କରିସାରିଥିବାରୁ ୩ୟ ଟି-୨୦ରେ ଭାରତ ଏହାର ବେଞ୍ଚ୍ ଷ୍ଟ୍ରନ୍ଥଙ୍କୁ ପରୀକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏପରି ହୁଏ ତେବେ ଋତୁରାଜ ଗାଏକ୍ବାଡ, ଦ୍ରୁତ ବୋଲର ଅଭେଶ ଖାନଙ୍କ ଭଳି ନବାଗତ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ଉଭୟ ନିକଟରେ ଶେଷ ହୋଇଥିବା ଆଇପିଏଲ୍‌-୧୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.