ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନ୍ୟୁଜିଲାଣ୍ଡକୁ ୩ୟ ଦିନିକିଆ ହରାଇ ସିରିଜ କ୍ଲିନ ସୁଇପ କଲା ଭାରତ

ଇନ୍ଦୋର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଭାରତ ୩ୟ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିଛି । ଆଜିର ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ଭରାତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୩୮୫ ରନ କରିଥିଲା। ଏହି ମ୍ଯାଚକୁ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୮୬ ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୧. ୨ ଓଭରରେ ୧୦ ୱିକେଟ ହରାଇ ୨୯୫ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ଆଜିର ମ୍ୟଚକୁ ୯୦ ରନରେ ଜିତି ନେଇଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନୱେ ୧୦୦ ବଲରେ ୧୩୮ ରନ କରି ଆଉଟ ହୋଇଥିଲେ। ହେନରୀ ନିକୋଲ୍ସ  ୪୦ ବଲରେ ୪୨ କରି ଆଉଟ ହୋଇଥିଲେ। ସେହିପରି ଡାରିଲ ମିଚେଲ ୩୧ ବଲରେ ୨୪ ରନ, ମାଇକେଲ ବ୍ରେସୱେଲ୍‌ ୨୨ ବଲରେ ୨୬ ରନ, ମିଚେଲ ସାଣ୍ଟନର ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ସର୍ଦୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ୟୁଝବେନ୍ଦ୍ର ଚହଲ ୨ଟି ନେଇଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.