ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାର୍ଲି ମିଚେଲଙ୍କ ବିସ୍ଫୋରକ ଇଂନିସ, ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ

ରାଞ୍ଚି: ଆଜିଠୁ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ନ୍ୟୁଜିଲାଣ୍ଡ।  ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟି କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଭାରତ ପକ୍ଷରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପାଇଁ ଫିନ୍ ଆଲେନ୍ ଓ ଡେଭ୍ଅନ୍ କନ୍ୱେ ପାଳି ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ୪୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଆଲେନ୍ଙ୍କ ୩୫ ରନ୍ ଥିଲା। ସେ ୨୩ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ପାଇଁ କନ୍ୱେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଡାର୍ଲୋ ମିଚେଲ ଅପରାଜିତ ୫୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଭାରତ ପକ୍ଷରୁ ୱାସିଂଟନ୍ ସୁନ୍ଦର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସେହିପରି କୁଳଦୀପ ଯାଦବ ଓ ଶିଭମ ମାଭିଙ୍କୁ ଗୋଟିଏ ଲେଖାଏଁ ୱକେଟ୍ ମିଳିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି ମେନ୍ ଇନ ବ୍ଲୁ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି । ICC ଦିନିକିଆ ମାନ୍ୟତାରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ଖେଳାଳିଙ୍କ ମନରେ ଜୋସ୍ ଭରିଛି । ଏଣୁ ମ୍ୟାଚ ଜିତି ଆରମ୍ଭରୁ ସିରିଜକୁ କବଜାକୁ ନେବାକୁ ଉଦ୍ୟମ କରିବ ଭାରତ ।

Leave A Reply

Your email address will not be published.