ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ମ ଟେଷ୍ଟ : ପ୍ରଥମ ପାଳିରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍, ୧୩୨ ରନରେ ଆଗୁଆ ଭାରତ

ବର୍ମିଂହାମ୍‍ : ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି।ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ୮୪ ରନ୍‌ରେ ୫ ୱିକେଟ୍ରୁ ଖେଳ ଆରମ୍ଭ କରିଥିଲା। ଆଜି କିନ୍ତୁ ପରବର୍ତ୍ତୀ ୫ଟି ୱିକେଟ୍‌ ବିନିମୟରେ ୨୦୦ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି।

ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍‌ ମିଳିଛି। ଏଥି ସହିତ ଭାରତୀୟ ଟିମ୍‌ ପ୍ରଥମ ପାଳି ଆଧାରରେ ୧୩୨ ରନ୍‌ରେ ଅଗ୍ରଣୀ ରହିଛି।ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ଭାରତ ବିଜୟଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୪୧୬ ରନ୍‌ ସଂଗ୍ରହ କରିଥିଲା। ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍‌ ବଳରେ ଟିମ୍ ଇଣ୍ଡିଆ ଏହି ବିରାଟ ସ୍କୋର କରିଥିଲା। କ୍ୟାପଟେନ ଯଶପ୍ରୀତ ବୁମ୍ରା ଧୂଆଁଧାର ବ୍ୟାଟିଂର ପ୍ରଦର୍ଶନ କରି ୧୬ ବଲ୍‌ରେ ଅପରାଜିତ ୩୧ ରନ୍ କରିଥିଲେ। ଯେଉଁଥିରେ ୪ଟି ଚୌକା ଓ ୨ଟି ଛକା ଥିଲା। ତେବେ ଶେଷରେ ଆସିଥିବା ମହମ୍ମଦ ସିରାଜ ମାତ୍ର ୨ ରନ୍ କରି ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହେବାରୁ ଟିମ୍ ଇଣ୍ଡିଆ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୪୧୬ ରନ୍ କରିପାରିଥିଲା। ଏହା ଭିତରେ ୪୦ ଅତିରିକ୍ତ ରନ୍ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଗୁରୁତ୍ୱପୂର୍ଣ୍ଣ ଶତକୀୟ ସ୍କୋର ମୁସକିଲରେ ପଡ଼ିଥିବା ଦଳକୁ ବଳ ଦେଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ ୧୭ ରନ୍‌, ଚେତେଶ୍ୱର ପୂଜାରା ୧୩ ରନ୍, ହନୁମା ବିହାରୀ ୨୦, ବିରାଟ କୋହଲି ୧୧, ଋଷଭ ପନ୍ତ ୧୪୬, ଶ୍ରେୟସ ଆୟର ୧୫, ରବୀନ୍ଦ୍ର ଜାଡେଜା ୧୦୪, ଶର୍ଦୁଲ ଠାକୁର ୧, ମହମ୍ମଦ ସାମୀ ୧୬, ଯଶପ୍ରୀତ ବୁମ୍ରା ୩୧, ମହମଦ ସିରାଜ ୨ ରନ କରିଛନ୍ତି।

Leave A Reply

Your email address will not be published.