୪ର୍ଥ ଟି-ଟ୍ବେଣ୍ଟି : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ, ୩ଟି ମ୍ୟାଚ୍‌ରେ ଫେଲ୍‌ ପରେ ରାହୁଲ ଇନ୍‌, ଚହଲ ଓ ଈଶାନ୍ ଆଉଟ୍

ଅହମ୍ମଦାବାଦ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ସିରିଜର ୪ର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ସିରିଜରେ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି । ଫଳରେ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ସିରିଜ ହାତେଇବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବାକୁ ପଡ଼ିବ । ସିରିଜର ପ୍ରଥମ ମ୍ୟାଚରେ ଖେଳ ହୋଇଥିବା ପିଚରେ ଆଜିର ମ୍ୟାଚ ଖେଳାଯାଉଛି ।

ଏହି ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ମ୍ୟାଚରେ ଭାରତୀୟ ଦଳରେ ପୁଣି ପରିବର୍ତ୍ତନ କରିଛନ୍ତି କ୍ୟାପଟେନ୍ କୋହଲି। କ୍ରମାଗତ ତିନୋଟି ମ୍ୟାଚରେ ଫେଲ୍ ମାରିଥିବା ଓପ୍ନର ଲୋକେଶ ରାହୁଲଙ୍କ ଉପରେ ପୁଣି ଭରସା ଦେଖାଇଛନ୍ତି କୋହଲି। ଅର୍ଥାତ ଆଜି ମଧ୍ୟ ରୋହିତ୍ ଶର୍ମା ଓ ରାହୁଲ୍ ଇନିଂସ୍ ଓପନ୍ କରିବେ। ତେବେ ଗ୍ରୋଇନ୍ ଇଞ୍ଜୁରୀ କାରଣରୁ ଈଶାନ୍ କିଶନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରାହୁଲ୍ ଚହରଙ୍କୁ ସୁଯୋଗ ମିଳିଛି।

Leave a comment