ବାଂଲା ବୋଲରଙ୍କ ସାମ୍ନାରେ ଭୁଷୁଡିଲା ଟିମ୍ ଇଣ୍ଡିଆର ବ୍ୟାଟିଂଲାଇନ୍, ୧୮୬ରେ ଅଲ୍ଆଉଟ୍ ଭାରତ

ଢ଼ାକା : ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଢ଼ାକାର ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଘରୋଇ ବାଂଲାଦେଶ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ତେବେ ଏହି ମ୍ୟାଚରେ ଘରୋଇ ବାଂଲାଦେଶ ଦମ୍ଦାର ଖେଳ ପଦର୍ଶନ କରି ଭାରତକୁ ମାତ୍ର ୧୮୬ ରନ୍ରେ ଅଲ୍ଆଉଟ କରିଦେଇଛି। ଉଭୟ ବୋଲିଂ ଓ ଫିଲ୍ଡିଂରେ ବାଂଲାଦେଶ ଖେଳାଳୀ ଶ୍ରେଷ୍ଠ ପଦର୍ଶନ କରିଛନ୍ତି।
India are all out for 186!
What a bowling performance from Bangladesh 👏
Follow the #BANvIND action 👉 https://t.co/Ymfh2IDe14 pic.twitter.com/J5QytJLtw1
— ICC (@ICC) December 4, 2022
ରୋହିତ ଶର୍ମାଙ୍କ ନେତୃତ୍ବରେ ବିରାଟ କୋହଲି ଓ କେ ଏଲ ରାହୁଲ ପରି ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଥିବା ଭାରତିୟ ବ୍ୟାଟିଂଲାଇନ୍ ଅଫ୍ ବାଂଲାଦେଶ ବୋଲରଙ୍କ ସାମ୍ନା କରିପାରିନଥିଲା। କେଏଲ ରାହୁଲ ୭୩ ରନ୍,ରୋହିତ ୨୭,ଶ୍ରେୟସ ଆୟର ୨୪,ୱାଶିଂଟନ୍ ସୁନ୍ଦର ୧୯ ରନ୍ କରିଥିବା ବେଳେ ଆଉ କେହି ଦୁଇ ଅଙ୍କ ଛୁଇଁପାରିନଥିଲେ। ବାଲାଂଦେଶ ବୋଲରଙ୍କ ସାମ୍ନା କରିନପାରି ୫୦ ଓଭର ବି ଖେଳିପାରିଲାନି ଟିମ୍ଇଣ୍ଡିଆ। ୪୧ ଓଭର ୨ଟି ବଲ୍ ଖେଳି ଅଲ୍ଆଉଟ୍ ହୋଇଯାଇଛି ରୋହିତ ବାହିନୀ । ବାଂଲାଦେଶ ପକ୍ଷରୁ ସାକିବ୍ ଅଲ୍ ହାସନ୍ ୫, ଇବାଦତ ହୋସେନ ୪ ଓ ମେହଦି ହାସାନ ମିରାଜ ଗୋଟିଏ ୱିକେଟ ନେଇଛନ୍ତି।