ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ଲେଉଟାଣି, ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୮୭୧ ନୂଆ ଆକ୍ରାନ୍ତ, ୧୭୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟାରେ ୩୫ ହଜାର ୮୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୨୧୬କୁ ବୃଦ୍ଧି ପାଇଥିବ ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫ରେ ପହଞ୍ଚିଛି।  ଦେଶରେ ଏବେ ୨ ଲକ୍ଷ ୫୨ ହଜାର ୩୬୪ ଜଣ ସକ୍ରିୟ ରୋଗୀ ଥିବାବେଳେ ୧ କୋଟି ୧୦ ଲକ୍ଷ ୬୩ ହଜାର୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.