ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନକୁ ବଢୁଛି ସମର୍ଥନ : ଜର୍ମାନୀରେ ଏକାଠି ହେଲେ ୪୦ ରାଷ୍ଟ୍ରର ମିଲିଟାରୀ ମୁଖ୍ୟ

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧ ଦୁଇମାସରୁ ଅଧିକ ଅତିକ୍ରମ କରିଛି। ଯୁଦ୍ଧରେ ବିରତି ପଡ଼ିବା ବଦଳରେ ଦିନକୁ ଦିନ ଅବଧି ବଢିବାରେ ଲାଗିଛି। ଯୁଦ୍ଧ ବନ୍ଦ ସହିତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ବୁଝାମଣା ପାଇଁ ବିଗତ ଦିନରେ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଛି। ହେଲେ କୌଣସି ଗୋଟିକରେ ବି ସୁଫଳ ମିଳିପାରି ନାହିଁ। ଏପରିକି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଶାନ୍ତି ଆଲୋଚନା ମଧ୍ୟ ବିଫଳ ହୋଇଛି। ବରଂ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ସହିତ ଏହା ତୃତୀୟ ବିଶ୍ବ ଯୁଦ୍ଧ ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଏପରି ପରିସ୍ଥିତିର ସମ୍ଭାବ୍ୟ ପରିଣାମ ପାଇଁ ରୁଷ୍‌ ଆମେରିକାକୁ ଦାୟୀ କରିଛି।

ଗୋଟିଏ ପକ୍ଷରେ ୟୁକ୍ରେନ ସେନାର କଡ଼ା ମୁକାବିଲା ଏବେ ରୁଷିଆକୁ ଚିନ୍ତିତ କରିଥିବା ବେଳେ ଅନ୍ୟ ପକ୍ଷରେ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସାମରିକ ସହାୟତା ରୁଷ ପାଇଁ ଆହୁରି ସମସ୍ୟା ବଢାଇଛି। ଯାହାକୁ ନେଇ ରୁଷ ତୃତୀୟ ବିଶ୍ବ ଯୁଦ୍ଧର ଧମକ ଦେଇଛି। ଏ ସମ୍ପର୍କରେ ସୋମବାର ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭ ସଙ୍କେତ ଦେଇଛନ୍ତି। ତୃତୀୟ ବିଶ୍ବ ଯୁଦ୍ଧର ଧମକ ଅର୍ଥ ରୁଷ ୟୁକ୍ରେନ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତ ହେଉଛି। ତେଣୁ ଏହି ସ୍ଥିତି କେତେ ଭୟଙ୍କର ହେବ ତାହା ବିଶ୍ବ ସମାଜ ହୃଦୟଙ୍ଗମ କରିବା ଦରକାର ବୋଲି ଲାଭାରୋଭ କହିଛନ୍ତି। ଦୀର୍ଘ ଦୁଇ ମାସର ଯୁଦ୍ଧ ପରେ ମଧ୍ୟ ୟୁକ୍ରେନ ରୁଷ ସହ ଆଲୋଚନା କରିବାକୁ ଆଗେଇ ଆସୁନାହିଁ। ଏଥିପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ରୁଷ ଦାୟୀ କରିଛି। ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସାମଗ୍ରିକ ସାମରିକ ସହାୟତା ୟୁକ୍ରେନର ମନୋବଳ ବଢାଉଛି ବୋଲି ଲାଭାରୋଭ କହିଛନ୍ତି। ବିଶେଷକରି ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ରୁଷିଆ ବିପକ୍ଷରେ ଉସୁକାଉଥÒବା ସେ କହିଛନ୍ତି। ନାଟୋ ମେଣ୍ଟ ନିଆଁରେ ଘିଅ ଢାଳିବା କାର୍ଯ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ତୃତୀୟ ବିଶ୍ବ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ଲାଭରୋଭ ସୋମବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି।

ଅନ୍ୟପକ୍ଷରେ ରୁଷିଆକୁ ଟାର୍ଗେଟ କରି ଆମେରିକା ତାହାର ସମସ୍ତ ସହଯୋଗୀ ରାଷ୍ଟ୍ରମାନଙ୍କୁ ଏକାଠି ହେବାକୁ କହିଛି। ମଙ୍ଗଳବାର ଜର୍ମାନୀରେ ଆମେରିକାର ସାମରିକ ବିଶେଷଜ୍ଞମାନେ ଏହାର ୪୦ ସହଯୋଗୀ ରାଷ୍ଟ୍ରର ମିଲିଟାରୀ ଲିଡରମାନଙ୍କ ସହ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଥିତିରେ ୟୁକ୍ରେନକୁ ଅଧିକରୁ ଅଧିକ ସାମରିକ ସହାୟତା ଯୋଗାଇ ଦେବାକୁ ଏଥିରେ ଆଲୋଚନା କରାଯାଇଛି। ଏହାବ୍ୟତୀତ ପ୍ରଥମଥର ପାଇଁ ଜର୍ମାନୀ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛି। ଏଭଳି ସ୍ଥିତିରେ ଯୁଦ୍ଧ ସ୍ଥିତି ଆହୁରି ଭୟଙ୍କର ହେବା ସହିତ ଏହା ତୃତୀୟ ବିଶ୍ବ ଯୁଦ୍ଧର ସଙ୍କେତ ବୋଲି ବିଚାର କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ମହାସଚିବ ଚିନ୍ତା ପ୍ରକଟ କରିବା ସହିତ ଯୁଦ୍ଧରେ ବିରତି ଆଣିବା ଉଦ୍ଦେଶ୍ୟରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ଆଲୋଚନା କରିବା ଲାଗି ମସ୍କୋ ଯାଉଛନ୍ତି। ଏହା ସହିତ ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ତୁରନ୍ତ ବିଚାର କରିବାକୁ ମଧ୍ୟ ଜାତିସଂଘ ମହାସଚିବ କହିଛନ୍ତି।

Leave A Reply

Your email address will not be published.