ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢିଲା ବେରୋଜଗାରି: ସହରାଞ୍ଚଳରେ ବେକାରି ହାର ୯.୩%, ଆର୍ଥିକ ସଂସ୍କାରରେ କ୍ଷତି ଆଶଙ୍କା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ମଧ୍ୟରେ ଦେଶରେ ବେରୋଜଗାରି ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ବେସରକାରୀ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ର ଏକ ରିପୋର୍ଟ ଅନୁଯାୟୀ ଡିସେମ୍ବରରେ ସମଗ୍ର ଦେଶରେ ବେକାରି ହାର ୭.୯ ପ୍ରତିଶତ ରହିଥିଲା, ଯାହା ନଭେମ୍ବରର ୭.୦ ପ୍ରତିଶତଠାରୁ ଅଧିକ। ସିଏମ୍ଆଇଇ ଅନୁଯାୟୀ ଅଗଷ୍ଟ ୨୦୨୧ରେ (୮.୩ ପ୍ରତିଶତ) ପରଠାରୁ ଏହି ବେକାରୀ ହାର ସର୍ବାଧିକ। ସିଏମ୍ଆଇଇର ସର୍ବଶେଷ ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରି ହାର ଡିସେମ୍ବରରେ ୯.୩ ପ୍ରତିଶତରେ ପହଞ୍ଚିଛି। ନଭେମ୍ବରରେ ଏହା ୮.୨ ପ୍ରତିଶତ ରହିଥିଲା। ଡିସେମ୍ବରରେ ଗ୍ରାମାଞ୍ଚଳ କ୍ଷେତ୍ରରେ ବେକାରି ହାର ମଧ୍ୟ ୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅନେକ ଅର୍ଥନୀତିଜ୍ଞ ଚିନ୍ତା କରୁଛନ୍ତି ଯେ, ଦ୍ବିତୀୟ ଲହର ପରେ ଓମିକ୍ରନ୍ ଭାରିଆଣ୍ଟ ଗତ ତ୍ରୈମାସରେ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ପୁନରୁଦ୍ଧାରକୁ କ୍ଷତି ପହଞ୍ଚାଇପାରେ।

ରାଜ୍ୟ ଗୁଡିକ ବିଷୟରେ କହିବାକୁ ଗଲେ, ଡିସେମ୍ବର ମାସରେ ହରିୟାଣାର ବେକାରି ହାର ସର୍ବାଧିକ, ଏଠାରେ ଏହା ୩୪.୧ ପ୍ରତିଶତ। ଏହାପରେ ରାଜସ୍ଥାନରେ ବେକାରି ହାର ୨୭.୧ ପ୍ରତିଶତ ,ଝାଡଖଣ୍ଡରେ ୨୭.୩ ପ୍ରତିଶତ ବିହାର ୧୬ ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀର  ୧୫ ପ୍ରତିଶତରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିସେମ୍ବରରେ ବେକାରି ହାର ୯.୮ ପ୍ରତିଶତ ରହିଥିଲା ।

ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ, ମେ’ ୨୦୨୧ରେ ଦେଶରେ ବେକାରି ହାର ୧୧.୮୪ ପ୍ରତିଶତରେ ପହଞ୍ଚିଛି। ଯଦିଓ ଏହାପରେ ଏଥିରେ ହ୍ରାସ ଘଟିଥିଲା ତଥାପି ସେପ୍ଟେମ୍ବରରେ ଏହା ୬.୮୬ ପ୍ରତିଶତକୁ ଖସିଆସିଥିଲା, କିନ୍ତୁ ବର୍ତ୍ତମାନ ଏହା ପୁନର୍ବାର ବୃଦ୍ଧି ଘଟିବା ଆରମ୍ଭ କରିଛି। ବେକାରି ହାର ଭାରତୀୟ ଅର୍ଥନୀତିର ସ୍ଥିତିକୁ ସଠିକ୍ ଭାବରେ ପ୍ରତିଫଳିତ କରିଥାଏ, କାରଣ ଦେଶର ମୋଟ ଜନସଂଖ୍ୟାରେ କେତେ ବେକାରି ରହିଛନ୍ତି ତାହା ଏହା କହିଥାଏ। ଥିଙ୍କ ଟ୍ୟାଙ୍କ ଆଶା କରେ ଯେ, ରବି ଫସଲ ବୁଣାବୁଣି କାର୍ଯ୍ୟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଚଳିତ ଆର୍ଥିକବର୍ଷରେ କୃଷି କ୍ଷେତ୍ର ପୁଣି ଥରେ ଭଲ ପ୍ରଦର୍ଶନ କରିବ । ଏହା ସହିତ ପ୍ରବାସୀ ଶ୍ରମିକମାନେ କ୍ଷେତକୁ ଫେରିବେ। ଡିସେମ୍ବରରେ ବେରୋଜଗାରି ହାର ୭.୯ ପ୍ରତିଶତ ଅର୍ଥାତ୍‌ ପ୍ରତ୍ୟେକ ୧୦୦୦ ଶ୍ରମିକଙ୍କ ମଧ୍ୟରୁ ୭୯ ଜଣ କାମ ପାଇନାହାଁନ୍ତି। ସିଏମ୍ଆଇଇ ପ୍ରତି ମାସରେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ବାରା ସର୍ବେକ୍ଷଣ କରିଥାଏ ଏବଂ ସେମାନଙ୍କର ଚାକିରି ସ୍ଥିତି ବିଷୟରେ ପଚାରିଥାଏ। ଏହି ମାସର ସର୍ବେକ୍ଷଣରେ, ବିଭିନ୍ନ ସହରର ୩୨,୧୬୬ ପରିବାରର ୧୦୫,୦୨୫ ରୁ ଅଧିକ ବ୍ୟକ୍ତିଙ୍କ ମତାମତ ନିଆଯାଇଥାଏ। ଏହାପରେ ପ୍ରାପ୍ତ ଫଳାଫଳରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

Leave A Reply

Your email address will not be published.