ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

ଭୁବନେଶ୍ବର : କେନ୍ଦ୍ର ହାତଥିବା ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି। ରାସ୍ତା, ରନୱେ ଏବଂ ବିଲିଂ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଅଣକୁଶଳୀ ‘କ’ ବର୍ଗୀୟ ବର୍ଗୀୟ ଶ୍ରମିକଙ୍କ ପାଇଁ ୬୪୫ ଟଙ୍କା, ‘ଖ’ ପାଇଁ ୫୩୯ ଟଙ୍କା, ‘ଗ’ ପାଇଁ ୪୩୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକ ସପୁରଭାଇଜରଙ୍କ କ୍ଷେତ୍ରରେ ୭୧୪ଟଙ୍କା(କ), ୬୦୯ ଟଙ୍କା(ଖ),୫୦୫ ଟଙ୍କା(ଗ) ଲାଗୁ ହେବ। ସେହିପରି କୁଶଳୀ ଶ୍ରମିକ କ୍ଷେତ୍ରରେ ଉପରୋକ୍ତ ୩ ବର୍ଗରେ ଯଥାକ୍ରମେ ୭୮୪ ଟଙ୍କା, ୭୧୪ ଟଙ୍କା ଏବଂ ୬୦୯ ଟଙ୍କା କରାଯାଇଛି।
ସେହିପରିଉଚ୍ଚ କ୍ଷମତାସମ୍ପନ୍ନ କୁଶଳୀ ଶ୍ରମିକ’ ବର୍ଗୀୟ ଶ୍ରମକିଙ୍କ ପାଇଁ ୮୫୩ ଟଙ୍କା, ଖ’ ବର୍ଗୀୟ ୭୮୪ ଟଙ୍କା ଏବଂ ଗ’ଶ୍ରେଣୀୟ ଦୈନିକ ୭୧୪ ଟଙ୍କା ମଜୁରୀ ଧାର୍ଯ୍ୟ କରାଯାଇଛି। ସୁଇଫ ଏବଂ ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ୩ ଟି ବର୍ଗ ପାଇଁ ଯଥାକ୍ରମେ ୬୪୫ ଟଙ୍କା, ୫୩୯ ଟଙ୍କା ଏବଂ ୪୩୧ ଟଙ୍କା ରହିଛି। ଲୋଡିଂ ଏବଂ ଅନଲୋଡିଂ କ୍ଷେତ୍ରରେ କାମ କରୁଥିବା ଶ୍ରମିକ କ୍ଷେତ୍ରରେ ମଧ୍ୟ ଉପରୋକ୍ତ ରାଶି ବଳବତ୍ତର ରହିଛି। ଜଗୁଆଳି ଏବଂ ୱାର୍ଡ କ୍ଷେତ୍ରୀୟ ଶ୍ରମିକ ପାଇଁ ୩ଟିବର୍ଗ ପାଇଁ ଯଥାକ୍ରମେ ୭୮୪ ଟଙ୍କା, ୭୧୪ ଟଙ୍କା ଏବଂ ୭୦୯ ଟଙ୍କା ରହିଛି। ସେହିପର ହାତଥିବା ଶ୍ରମକିଙ୍କ କ୍ଷେତ୍ରରେ ଏହିରାଶି ୮୫୩ ଟଙ୍କା, ୭୮୪ ଟଙ୍କା ଏବଂ ୭୧୪ ଟଙ୍କା ରହିଛ।
କୃଷିକ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ କ’ବର୍ଗୀୟ ଶ୍ରମିକ ମାନଙ୍କ ପାଇଁ ୪୧୧ ଟଙ୍କା, ଖ’ବର୍ଗ ପାଇଁ ୩୭୫ ଟଙ୍କା ଏବଂ ଗ’ବର୍ଗ ପାଇଁ ୩୭୨ ଟଙ୍କା ରହିଛି। ଅର୍ଦ୍ଧକୁଶଳୀଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୪୪୯ ଟଙ୍କା, ୪୧୩ ଟଙ୍କା ଏବଂ ୩୭୯ ଟଙ୍କା ରହିଛି। କୁଶଳୀ କୃଷି ଶ୍ରମିକ କ୍ଷେତ୍ରରେ ଏହା ଯଥାକ୍ରମେ ୪୮୮ ଟଙ୍କା, ୪୪୯ ଟଙ୍କା ଏବଂ ୪୧୨ ଟଙ୍କା ରହିଛି। ଅପରପକ୍ଷରେ ଅତ୍ୟନ୍ତ କୁଶଳୀ ଶ୍ରମିକ କ୍ଷେତ୍ରରେ ଯଥାକ୍ରମେ ଦୈନିକ ମଜୁରୀ ୩ଟିବର୍ଗ ପାଇଁ ଯଥାକ୍ରମେ ୫୪୦ ଟଙ୍କା, ୫୦୨ ଟଙ୍କା ଏବଂ ୪୪୯ ଟଙ୍କା ରହିଛି। ।
ଖଣିରେ ମାଟିଉପରେ କାମ କରୁଥିବା ଅଣ କୁଶଳୀ ଶ୍ରମିକ ଦୈନିକ ୪୩୧ ଟଙ୍କା, ଅର୍ଦ୍ଧକୁଶଳୀ ୫୩୯, କୁଶଳୀ ଏବଂ କିରାଣୀ ସ୍ତରୀୟଙ୍କ ପାଇଁ ୬୪୫ ଟଙ୍କା ଏବଂ ଅଧିକ କୁଶଳୀଙ୍କ ପାଇଁ ୭୫୨ ଟଙ୍କା ମଜୁରୀ ରହିବ। ରହି ଅପରପକ୍ଷରେ ମାଟିତଳେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମକିଙ୍କ କ୍ଷେତ୍ରରେ ୫୩୯ ଟଙ୍କା, ଅର୍ଦ୍ଧ କୁଶଳୀଙ୍କ ପାଇଁ ୬୪୫ ଟଙ୍କା, କୁଶଳୀ ଏବଂ କିରାଣୀ ଶ୍ରେଣୀୟ ଶ୍ରମିକ ପାଇଁ ୭୫୨ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକମାନଙ୍କ ପାଇଁ ୮୪୦ ଟଙ୍କା ଧାର୍ଯ୍ୟ କରାଯାଇଛି।