ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ମାଡ଼ରୁ ଖାଉଟିଙ୍କୁ ନିସ୍ତାର ନାହିଁ, ଗରମ ସହ ତାଳ ଦେଇ ବଢ଼ିବ ଦରଦାମ୍‌

ନୂଆଦିଲ୍ଲୀ : ପାଣିପାଗ ବିଭାଗର ପୂର୍ବ ଆକଳନ ଭିତ୍ତିରେ ଏଥର ଗ୍ରୀଷ୍ମ ଋତୁରେ ଟାଣ ଖରାକୁ ନେଇ ଲୋକେ ଯେତିକି ଚିନ୍ତିତ ନୁହଁନ୍ତି ଏହି ସମୟରେ ହେବାକୁ ଥିବା ବଜାର ତାତିକୁ ନେଇ ତା’ଠାରୁ ଅଧିକ ଆଶଙ୍କିତ। କାରଣ ଆଗାମୀ ଦିନରେ ବଜାରରେ ଖାଦ୍ୟ ଏବଂ ପାନୀୟଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଅଧିକ ମହଙ୍ଗା ହୋଇପାରେ। ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ହ୍ରାସ ହେବାର ନାମ ନେଉନାହିଁ। ମୁଦ୍ରାସ୍ଫୀତି କମ୍‌ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବାରମ୍ବାର ସୁଧ ହାରରେ ବୃଦ୍ଧି କରିବା ସତ୍ତ୍ୱେ ପରିସ୍ଥିତି ସମାନ ରହିଛି। ମାର୍ଚ୍ଚ ମାସରେ ଅଦିନିଆ ବର୍ଷା ଗହମ ଏବଂ ସୋରିଷ ଭଳି ରବି ଫସଲ ନଷ୍ଟ କରିଦେଇଛି।

ପରିସ୍ଥିତିକୁ ଦେଖୀ ଏବେଠାରୁ ଯାହା ଆକଳନ କରାଯାଉଛି ଆଗାମୀ ଦିନରେ ଦୁଗ୍‌ଧ, ବିସ୍କୁଟ୍‌ଠାରୁ ପାଉଁରୁଟି ଯାଏ ସବୁର ଦର ବଢ଼ିବ। ଏଥିସହିତ ପନିପରିବା ଆଉ ଫଳର ମୂଲ୍ୟରେ ବୃଦ୍ଧି ଖାଉଟିଙ୍କ ପକେଟ୍‌କୁ ଲୁଟିବାକୁ ପ୍ରସ୍ତୁତ। ଏସି, ଫ୍ରିଜ୍, କୁଲର୍ ଆଦି ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ମୂଲ୍ୟ ବୃଦ୍ଧି କରିପାରନ୍ତି। ଏପରି ପରିସ୍ଥିତିରେ ଏଥର ଗ୍ରୀଷ୍ମ ସମୟରେ ରୋଷେଇ ଘରର ବଜେଟ୍ ସାଂଘାତିକ ରୂପ ନେବ। ବର୍ତ୍ତମାନ ବଜାରରେ ଗହମର ମୂଲ୍ୟ ସବୁ ସୀମା ଟପିଯାଇଛି। ଗରିବଙ୍କ ଥାଳିରେ ରୁଟି କମ୍‌ ହେବାରେ ଲାଗିଲାଣି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ଖୋଲା ବଜାରକୁ ଗହମ ଷ୍ଟକ ଛାଡିବାକୁ ପଡିଲା। ଗହମ ମହଙ୍ଗା ଥିବାରୁ ବିସ୍କୁଟଠାରୁ ଆରମ୍ଭ କରି ପାଉଁରୁଟି ଯାଏ ସବୁର ମୂଲ୍ୟ ଆଗାମୀ ଦିନରେ ୨.୫ ରୁ ୩ ପ୍ରତିଶତ ବୃଦ୍ଧି ପାଇପାରେ।

ଏହି ମହଙ୍ଗା ମାଡ଼ ମଧ୍ୟରେ ଦୁଗ୍ଧ ଜାତୀୟ ବର୍ଷ ସାରା ବଢ଼ୁଥିବା ଦୁଗ୍‌ଧ ଜାତୀୟ ସାମଗ୍ରୀଗୁଡିକର ମୂଲ୍ୟ ଆହୁରି ବଢ଼ିବ। ପୂର୍ବରୁ ୮ ରୁ ୯ ପ୍ରତିଶତ ବୃଦ୍ଧି ପାଇସାରିଥିବା କ୍ଷୀର ମୂଲ୍ୟ ସହ ଦହି, ପନୀର ଆଉ ବଟର ଓ ଆଇସ୍‌ସ୍କ୍ରିମ୍ ମୂଲ୍ୟ ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଏହାମଧ୍ୟରେ କ୍ଷୀରର ମୂଲ୍ୟ ୮ ରୁ ୯ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଖାଇବା ତେଲର ଅବସ୍ଥା ଏପରି ଯେ ଯଦି ଏହା ବହୁ ପରିମାଣରେ ଆମଦାନୀ କରା ନ ଯାଏ ତେବେ ଏହାର ମୂଲ୍ୟ ଗତ ବର୍ଷ ଭଳି ଲିଟର ପିଛା ୨୦୦ ଟଙ୍କା ଟପିଯିବ। ବର୍ତ୍ତମାନ ମାର୍ଚ୍ଚ ମାସରେ ହେଉଥିବା ଅଦିନିଆ ବର୍ଷା ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟରେ ରବି ଫସଲରେ ବ୍ୟାପକ କ୍ଷତି ଘଟାଇଛି। ଆହୁରିମଧ୍ୟ ଗହମ ଏବଂ ସୋରିଷ ଫସଲ ନଷ୍ଟ ହେବା ଫଳରେ ଆଗାମୀ ଦିନରେ ବଜାରରେ ସେହି ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବା ନିଶ୍ଚିତ।

ଏଥିସହିତ ଆମ୍ବ ଏବଂ ଅଙ୍ଗୁରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଇଲେକ୍ଟ୍ରୋନିକ୍ ଉପକରଣ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଜାନୁଆରୀ-ଫେବୃଆରୀରେ ସେମାନଙ୍କର କ୍ଷମତାର ମାତ୍ର ୬୦ ରୁ ୭୦ ପ୍ରତିଶତ ଉତ୍ପାଦନ କରୁଥିଲେ। ଖାରା ତାତି ବଢ଼ିବା ପରେ ବର୍ତ୍ତମାନ କମ୍ପାନୀଗୁଡିକ ୯୦ ରୁ ୧୦୦ ପ୍ରତିଶତ କ୍ଷମତା ସହ ଏସି, ରେଫ୍ରିଜରେଟର, କୁଲର୍ ଏବଂ ଫ୍ରିଜର୍ ଉତ୍ପାଦନ କରୁଛନ୍ତି। ଶିଳ୍ପ ସହ ଜଡିତ ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଏଥର ଖରାଦିନେ ଏସି ଏବଂ ରେଫ୍ରିଜରେଟର ପରି ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଗୁଡିକର ମୂଲ୍ୟ ୨ରୁ ୩ ପ୍ରତିଶତ ବୃଦ୍ଧି ହୋଇପାରେ। ଏହାମଧ୍ୟରେ ବାଦ୍‌ ପଡୁନି ପ୍ରସାଧନ ସାମଗ୍ରୀ। ଆଗକୁ ପ୍ରସାଧନ ସାମଗ୍ରୀ ବାବଦକୁ ମଧ୍ୟ ଖାଉଟିଙ୍କୁ ଅଧିକ ୮-୧୦% ବ୍ୟୟ କରିବାକୁ ପଡିବ।

Leave A Reply

Your email address will not be published.