ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲ ଦରରେ ଲାଗୁନି ବ୍ରେକ, ଦୁଇ ଦିନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ବ୍ରେକ। ଦୁଇ ଦିନର ବ୍ଯବଧାନ ପରେ ମଙ୍ଗଳବାର ପୁଣି  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଗର ପିଛା ୨୫ ପଇସା ଏବଂ ଡିଜେଲ ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି।

ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଥିବା ବେଳେ  ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ୯୨ ଟଙ୍କା ୯୦ ପଇସା ଏବଂ ଡିଜେଲ ୮୬ ଟଙ୍କା ୩୧ ପଇସା ରହିଛି। ଭୋପାଳରେ ପେଟ୍ରୋଲ ୯୮ ଟଙ୍କା ୯୬ ପଇସା ଏବଂ ଡିଜେଲ ୮୯ ଟଙ୍କା ୬୦ ପଇସାରେ ପହଞ୍ଚିଛି।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି।

Leave A Reply

Your email address will not be published.