ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବତନ ତଥା ବର୍ତ୍ତମାନର ବିଧାୟକ ଓ ବିଧାୟିକାଙ୍କ ସ୍ବାସ୍ଥ୍ଯବୀମା ବୃଦ୍ଧି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟ/ ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨- ୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ଯମରେ ସ୍ବାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଇଛି।  ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ପ୍ରତ୍ଯେକ ସଦସ୍ୟ/ ସଦସ୍ୟା  ଏବଂ ପୂର୍ବତନ ସଦସ୍ୟ/ ସଦସ୍ୟା ଏବଂ ସେମାନଙ୍କର ପିତି ପତ୍ନିଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ସ୍ବାସ୍ଥ୍ଯବୀମା ସୁବିଧା ଦିଆଯାଉଥିଲା।

ସ୍ବାସ୍ଥ୍ଯସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ମାନ୍ୟବର ବିଧାୟକ ଓ ପୂର୍ବତନ ବିଧାୟକମାନେ ଏହି ସ୍ବାସ୍ଥ୍ୟ ରାଶିର ପରିମାଣ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରିଆସୁଥିଲେ। ତଦନୁଯାୟୀ ମାନ୍ୟବର ବରସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ବାସ୍ଥ୍ଯବୀମା ରାଶିକୁ ୫ ଲକ୍ଷ ଟଙ୍କାୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରାଜ୍ଯ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା।

ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାର ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାହ ଉପରେ ସହମତି ପ୍ରଦାନ କରିଥିଲେ। ଅର୍ଥ ବିଭାଗର ଉକ୍ତ ସହମତି କ୍ରମେ ପ୍ରତ୍ଯେକଙ୍କୁ ଏକ ବର୍ଷ ଅବଧି ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ଯବୀମା ନବୀକରଣ ପ୍ରସ୍ତାବକୁ ମାନ୍ୟବର ବାରସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କ ମଧ୍ଯରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦ ଦେଇ ୧୨୪ ଜଣ ବିଧାୟକ/  ବିଧାୟିକା  ଏବଂ ତାଙ୍କର ୮୮ ଜଣ ପତି/ ପତ୍ନୀ ଏହିପରି ମୋଟ ୨୧୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ବାସ୍ଥ୍ୟବୀମାର ସୁବିଧା ମିଳିବ । ଏଥିସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/  ବିଧାୟିକା  ଏବଂ ସେମାନଙ୍କର ୨୪୫ ପତି/ ପତ୍ନୀ ଏହିପରି ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ବାସ୍ଥ୍ଯବୀମାର ସୁବିଧା ପାଇବେ।

Leave A Reply

Your email address will not be published.