ଅନୁରାଗ କାଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ରେଡ୍

ମୁମ୍ବାଇ : ଆୟକର ବିଭାଗ ଦ୍ବାରା ଲୋକପ୍ରିୟ ନିର୍ମାତା ଅନୁରାଗ କଶ୍ୟପ, ବିକାଶ ବହଲ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଟାଲେଣ୍ଟ ମ୍ୟାନେଚର ମଧୁ ମେଣ୍ଟେନାଙ୍କ ବାସଭବନରେ ଚଢାଉ କରାଯାଇଛି। ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଏହି ରେଡ୍ ହୋଇଛି। ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହୋଇଛି।
ଆୟକର ବିଭାଗର ସୂତ୍ରରୁ ଜଣାପଡିଛି ଯେ, ଟ୍ୟାକ୍ସ ଚୋରି ମାମଲାରେ ଫେଣ୍ଟମ ଚଳଚ୍ଚିତ୍ର ସହ ଜଡିତ ଲୋକଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଏଥିରେ ଅନୁରାଗ କାଶ୍ୟପ, ତାପସୀ ପନ୍ନୁ, ବିକାଶ ବହଲ ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ଆୟକର ବିଭାଗର ଟିମ୍ ମୁମ୍ବାଇ, ପୁଣେ ସମେତ ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଏଥିରେ ଚାରୋଟି କମ୍ପାନୀ ସାମିଲ ଅଛି।
Income Tax raids underway at the properties of film director Anurag Kashyap and actor Taapsee Pannu in Mumbai: Income Tax Department
— ANI (@ANI) March 3, 2021