ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୋଳଯାତ୍ରାରେ ଆତସବାଜି ପ୍ରଦର୍ଶନ ବେଳେ ଅଘଟଣ: ୫ ଆହତ, ୨ ଗୁରୁତର

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ଥାନା ଶାଇଁଶ ଶାସନ ପଞ୍ଚାୟତ ଦୋଳ ପୂର୍ଣ୍ଣିମା ତିଥିରେ ଉଗ୍ରନାଥ, ଗୋପୀନାଥ, ଭଗବତୀ, ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଶାଇଁଶ ଶାସନ ଏବଂ ଭଗବତୀପୁର ରାଜସ୍ବ ଗ୍ରାମ ସୀମାବର୍ତ୍ତୀ ତୋଟାପଡା ଠାରେ ଏକତ୍ରିତ ହୋଇଥିଲେ।

ପରମ୍ପରା ଅନୁଯାୟୀ ଆତସବାଜି ପ୍ରଦର୍ଶନ ସମୟରେ ଏକ କାଠଚକ୍ର ଲକ୍ଷ୍ୟ ଭ୍ରଷ୍ଟ ହୋଇ ଦୋଳ ବିମାନ ଉପରେ ପଡିଯିବା ଫଳରେ ଜଣେ ପୂଜକଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Leave A Reply

Your email address will not be published.