ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ASO ପରୀକ୍ଷା

ଭୁବନେଶ୍ୱର : ସ୍ଥଗିତ ରହିଲା ASO ପରୀକ୍ଷା । ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଉପୁଜିଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଆଜି ଏକ ବିଜ୍ଞପ୍ତି ଜରିଆରେ ଜଣାଇଛି ।

Leave A Reply

Your email address will not be published.