ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷାର ବିକାଶ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ : ଜୁନ୍‌ରେ ନିଯୁକ୍ତି ପାଇବେ ୭ହଜାର ଶିକ୍ଷକ, ୨୬୮ ଅଧ୍ୟାପକ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ବିକାଶ ଉପରେ ପ୍ରାଧାନ୍ୟଦ୍ବୋ ସହ ଖୁବ୍‌ ଶିଘ୍ର ରାଜ୍ୟର ବିଦ୍ୟାଳୟ ଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ଖୁବ୍‌ ଶିଘ୍ର ପୁରଣ ପାଇଁ ନିର୍ଦେଶ ଦେଇଛନ୍ତି। ଏଥି ପାଇଁ ପର୍ଯ୍ୟାୟ କ୍ରମେ ରାଜ୍ୟରେ ଶିକ୍ଷକ ପଦବୀ ପୂରଣ କରାଯାଉଛି। ଗତ ଡିସେମ୍ବରରେ ଏକାଥରେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଆଗାମୀ ମାସ ଜୁନ୍‌ରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଉ ୭୦୦୦ ଶିକ୍ଷକ ନିଯୁକ୍ତି ହେବେ ।

ଏନେଇ ଗତକାଲି(ସୋମବାର) ଅପରାହ୍ନରେ ବିଧାନସଭା ସଚିବାଳୟ ପରିସରରେ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶଦ୍‍ ଆଲୋଚନା ହୋଇଥିବା ଜଣାପଡ଼ିଛି। ଶିକ୍ଷାର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୭୦୦୦ ଶିକ୍ଷକଙ୍କ ଆବଶ୍ୟକ ଥିଲା। ଆସନ୍ତା ଜୁନ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର ଗତକିଛି ଦିନ ତଳେ  ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୬୩୯ କଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏଥି ସହିତ ଆଗାମୀ ଜୁନ ମାସରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କମିଟି ସମ୍ପୃକ୍ତ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଏହା ସହିତ ବରିଷ୍ଠ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଓ ଶିଶୁ ବିକାଶ ବିଭାଗ ଗୃହକମିଟି ବୈଠକରେ ବିଭିନ୍ନ ଯୋଳନା ଓ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।

Leave A Reply

Your email address will not be published.