ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୬୦୨ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୦୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୯୭୮୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୨୯ ସଂକ୍ରମିତ ।

ଅନୁଗୁଳରୁ ୯୯ , ବାଲେଶ୍ୱରରୁ ୧୬୪ , ବରଗଡ଼ ୧୩ , ଭଦ୍ରକ ୯୫ , ବଲାଙ୍ଗୀର ୫ , ବୌଦ୍ଧ ୨୧ , କଟକ ୩୯୭ , ଦେବଗଡ଼ ୫ , ଢେଙ୍କାନାଳ ୯୩, ଗଜପତି ୯ , ଗଞ୍ଜାମ ୮ , ଜଗତସିଂହପୁର ୯୧ , ଯାଜପୁର ୧୮୩ , ଝାରସୁଗୁଡ଼ା ୨୬ , କଳାହାଣ୍ଡି ୯ , କନ୍ଧମାଳ ୨୦ , କେନ୍ଦ୍ରାପଡ଼ା ୫୯ , କେନ୍ଦୁଝର ୭୨ , କୋରାପୁଟ ୩୨ , ମାଲକାନଗିରି ୩୨ , ମୟୂରଭଞ୍ଜ ୧୪୧ , ନବରଙ୍ଗପୁର ୧୮ , ନୟାଗଡ଼ ୬୨ , ନୂଆପଡ଼ା ୫ , ପୁରୀ ୧୭୪ , ରାୟଗଡ଼ା ୩୩, ସମ୍ୱଲପୁର ୨୫, ସୋନପୁର ୧୭ , ସୁନ୍ଦରଗଡ଼ ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications