ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪୦୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୪୦୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୦୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୧୯୪୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୯୬୯୪୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
୨୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦୭ ଜଣ, ଖୋର୍ଦ୍ଧାର ୭୧ ଜଣ, ବୌଦ୍ଧରୁ ୩୭ ଜଣ, ନବରଙ୍ଗପୁରରୁ ୨୭ ଜଣ, ସମ୍ବଲପୁରରୁ ୨୬ ଜଣ, ବଲାଙ୍ଗୀରରୁ ୨୪ ଜଣ, ମୟୂରଭଞ୍ଜର ଓ ନୂଆପଡ଼ା ଜିଲ୍ଲାରୁ ୧୭ ଜଣ ଲେଖାଁଏ, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ ଲେଖାଁଏ, ନୟାଗଡ଼ରୁ ୧୧ ଜଣ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ୧୦ ଜଣ ଲେଖାଁଏ, ବାଲେଶ୍ବର ଓ ବରଗଡ଼ ଜିଲ୍ଲାରୁ ୯ ଜଣ ଲେଖାଁଏ, ଝାରସୁଗୁଡ଼ାରୁ ୮ ଜଣ, କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ଲେଖାଁଏ, କୋରାପୁଟ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଁଏ, ଦେବଗଡ଼ରୁ ୪ ଜଣ, ଜଗତସିଂହପୁରରୁ ୨ ଜଣ, ଅନୁଗୁଳରୁ ଜଣେ ଏବଂ ଷ୍ଟେଟ୍ ପୁଲ୍ରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 17th August
New Positive Cases: 482
Of which 0-18 years: 108
In quarantine: 283
Local contacts: 199(Details of local contacts will be shared by concerned District)
1. Angul: 1
2. Balasore: 9
3. Bargarh: 9
4. Bhadrak: 2
5. Balangir: 24
6. Boudh: 37— I & PR Department, Odisha (@IPR_Odisha) August 18, 2022
7. Cuttack: 16
8. Deogarh: 4
9. Gajapati: 6
10. Jagatsinghpur: 2
11. Jajpur: 10
12. Jharsuguda: 8
13. Kalahandi: 16
14. Kandhamal: 7
15. Kendrapada: 6
16. Keonjhar: 10
17. Khurda: 71
18. Koraput: 5
19. Mayurbhanj: 17
20. Nawarangpur: 27
21. Nayagarh: 11
22. Nuapada: 17— I & PR Department, Odisha (@IPR_Odisha) August 18, 2022
23. Puri: 5
24. Rayagada: 5
25. Sambalpur: 26
26. Sonepur: 7
27. Sundargarh: 107
28. State Pool: 17New recoveries: 553
Cumulative tested: 32969404
Positive: 1324069
Recovered: 1311947
Active cases: 2909— I & PR Department, Odisha (@IPR_Odisha) August 18, 2022