ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୯୧୭ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୧୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୭ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୪୦ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯୦୨୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୪୯ ସଂକ୍ରମିତ । ଅନୁଗୁଳରୁ ୮୬ , ବାଲେଶ୍ୱରରୁ ୨୩୭ , ବରଗଡ଼ ୨୨ , ଭଦ୍ରକ ୧୬୩, ବଲାଙ୍ଗୀର ୭ , ବୌଦ୍ଧ ୧୯ , କଟକ ୪୨୨ , ଦେବଗଡ଼ ୫ , ଢେଙ୍କାନାଳ ୭୭, ଗଜପତି ୬ , ଗଞ୍ଜାମ ୨୧ , ଜଗତସିଂହପୁର ୧୧୯ , ଯାଜପୁର ୨୧୮ , ଝାରସୁଗୁଡ଼ା ୮ , କଳାହାଣ୍ଡି ୨୧ , କନ୍ଧମାଳ ୧୩ , କେନ୍ଦ୍ରାପଡ଼ା ୭୯ , କେନ୍ଦୁଝର ୭୫ , କୋରାପୁଟ ୫୫ , ମାଲକାନଗିରି ୫୯ , ମୟୂରଭଞ୍ଜ ୧୬୫ , ନବରଙ୍ଗପୁର ୧୯ , ନୟାଗଡ଼ ୯୬ , ନୂଆପଡ଼ା ୮ , ପୁରୀ ୧୩୨ , ରାୟଗଡ଼ା ୫୩, ସମ୍ୱଲପୁର ୨୨, ସୋନପୁର ୧୨ , ସୁନ୍ଦରଗଡ଼ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications