ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୦୩ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 988 ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 715 ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୨୫୧୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୬ ସଂକ୍ରମିତ ।
ଅନୁଗୁଳରୁ ୫୯ , ବାଲେଶ୍ୱରରୁ ୮୮ , ବରଗଡ଼ ୧୧ , ଭଦ୍ରକ ୭୦ , ବଲାଙ୍ଗୀର ୩ , ବୌଦ୍ଧ ୪ , କଟକ ୨୪୦ , ଦେବଗଡ଼ ୯ , ଢେଙ୍କାନାଳ ୫୨ , ଗଜପତି ୩, ଗଞ୍ଜାମ ୧୦ , ଜଗତସିଂହପୁର ୫୧ , ଯାଜପୁର ୮୫ , ଝାରସୁଗୁଡ଼ା ୫ , କଳାହାଣ୍ଡି ୧୨ , କନ୍ଧମାଳ ୮ , କେନ୍ଦ୍ରାପଡ଼ା ୧୪୯ , କେନ୍ଦୁଝର ୨୮ , କୋରାପୁଟ ୫ , ମାଲକାନଗିରି ୪ , ମୟୂରଭଞ୍ଜ ୬୨ , ନବରଙ୍ଗପୁର ୪ , ନୟାଗଡ଼ ୪୬ , ନୂଆପଡ଼ା ୩ , ପୁରୀ ୧୩୯ , ରାୟଗଡ଼ା ୩୩ , ସମ୍ୱଲପୁର ୧୫ , ସୋନପୁର ୧୦ , ସୁନ୍ଦରଗଡ଼ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।