ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬୩୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୯ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୯୧୮୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୫୦ ସଂକ୍ରମିତ ।

ଅନୁଗୁଳରୁ ୧୦୦ , ବାଲେଶ୍ୱରରୁ ୫୭ , ବରଗଡ଼ ୧୧ , ଭଦ୍ରକ ୭୧ , ବଲାଙ୍ଗୀର ୮ , ବୌଦ୍ଧ ୯ , କଟକ ୨୫୦ , ଦେବଗଡ଼ ୪ , ଢେଙ୍କାନାଳ ୫୦ , ଗଜପତି ୪, ଗଞ୍ଜାମ ୧୬ , ଜଗତସିଂହପୁର ୮୫ , ଯାଜପୁର ୮୦ , ଝାରସୁଗୁଡ଼ା ୬ , କଳାହାଣ୍ଡି ୭ , କନ୍ଧମାଳ ୩୬ , କେନ୍ଦ୍ରାପଡ଼ା ୭୬ , କେନ୍ଦୁଝର ୧୮ , କୋରାପୁଟ ୯ , ମାଲକାନଗିରି ୯ , ମୟୂରଭଞ୍ଜ ୭୫ , ନବରଙ୍ଗପୁର ୯ , ନୟାଗଡ଼ ୩୯ , ନୂଆପଡ଼ା ୧୪ , ପୁରୀ ୭୮ , ରାୟଗଡ଼ା ୧୪ , ସମ୍ୱଲପୁର ୧୩ , ସୋନପୁର ୧୧ , ସୁନ୍ଦରଗଡ଼ ୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment