ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୧୫ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୬୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୫୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮୨୧୮୧ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୧୩ ସଂକ୍ରମିତ ।

ଅନୁଗୁଳରୁ ୫୨ , ବାଲେଶ୍ୱରରୁ ୪୩ , ବରଗଡ଼ ୨ , ଭଦ୍ରକ ୪୯ , ବଲାଙ୍ଗୀର ୪ , ବୌଦ୍ଧ ୪ , କଟକ ୧୯୮ , ଦେବଗଡ଼ ୭ , ଢେଙ୍କାନାଳ ୧୮ , ଗଜପତି ୫ , ଗଞ୍ଜାମ ୧୧ , ଜଗତସିଂହପୁର ୫୩ , ଯାଜପୁର ୮୯ , ଝାରସୁଗୁଡ଼ା , କଳାହାଣ୍ଡି ୪ , କନ୍ଧମାଳ ୪ , କେନ୍ଦ୍ରାପଡ଼ା ୨୮ , କେନ୍ଦୁଝର ୧୩ , କୋରାପୁଟ ୬ , ମାଲକାନଗିରି ୫ , ମୟୂରଭଞ୍ଜ ୬୨ , ନବରଙ୍ଗପୁର ୪ , ନୟାଗଡ଼ ୨୫ , ନୂଆପଡ଼ା ୬ , ପୁରୀ ୬୭ , ରାୟଗଡ଼ା ୧୨ , ସମ୍ୱଲପୁର ୨୩ , ସୋନପୁର ୮ , ସୁନ୍ଦରଗଡ଼ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.