ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୦୭୮ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦୦୭୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୭୨ ସଂକ୍ରମିତ ।

ଅନୁଗୁଳରୁ ୨୬ , ବାଲେଶ୍ୱରରୁ ୪୫ , ବରଗଡ଼ ୬ , ଭଦ୍ରକ ୨୫ , ବଲାଙ୍ଗୀର ୪ , ବୌଦ୍ଧ ୧ , କଟକ ୧୪୭ , ଦେବଗଡ଼ ୪ , ଢେଙ୍କାନାଳ ୧୬ , ଗଜପତି ୨ , ଗଞ୍ଜାମ ୬ , ଜଗତସିଂହପୁର ୫୮ , ଯାଜପୁର ୫୮ , ଝାରସୁଗୁଡ଼ା ୮ , କଳାହାଣ୍ଡି ୧ , କନ୍ଧମାଳ ୬ , କେନ୍ଦ୍ରାପଡ଼ା ୫୧ , କେନ୍ଦୁଝର ୧୨ , କୋରାପୁଟ ୫ , ମାଲକାନଗିରି ୫ , ମୟୂରଭଞ୍ଜ ୩୫ , ନବରଙ୍ଗପୁର ୧ , ନୟାଗଡ଼ ୨୬ , ନୂଆପଡ଼ା ୫ , ପୁରୀ ୪୮ , ରାୟଗଡ଼ା ୪ , ସମ୍ୱଲପୁର ୧୨ , ସୋନପୁର ୫ , ସୁନ୍ଦରଗଡ଼ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment