ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୦୪୧ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୪୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୬ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୯୯୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୩ ସଂକ୍ରମିତ ।

ଅନୁଗୁଳରୁ ୫୭ , ବାଲେଶ୍ୱରରୁ ୨୩ , ବରଗଡ଼ ୩ , ଭଦ୍ରକ ୧୫ , ବଲାଙ୍ଗୀର ୧ , ବୌଦ୍ଧ ୧ , କଟକ ୧୩୨ , ଦେବଗଡ଼ ୭ , ଢେଙ୍କାନାଳ ୧୦ , ଗଜପତି ୩ , ଗଞ୍ଜାମ ୧୧ , ଜଗତସିଂହପୁର ୮୧ , ଯାଜପୁର ୩୬ , ଝାରସୁଗୁଡ଼ା , କଳାହାଣ୍ଡି ୫ , କନ୍ଧମାଳ ୫ , କେନ୍ଦ୍ରାପଡ଼ା ୨୮ , କେନ୍ଦୁଝର ୧୭ , କୋରାପୁଟ ୫ , ମାଲକାନଗିରି ୩ , ମୟୂରଭଞ୍ଜ ୨୮ , ନବରଙ୍ଗପୁର ୨ , ନୟାଗଡ଼ ୨୮ , ନୂଆପଡ଼ା ୨ , ପୁରୀ ୩୪ , ରାୟଗଡ଼ା ୨୬ , ସମ୍ୱଲପୁର ୯ , ସୋନପୁର , ସୁନ୍ଦରଗଡ଼ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment