ଦିନ ଦ୍ବିପ୍ରହରରେ ରାଜଧାନୀରେ ୨ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ବର: ଭୁବନେଶ୍ବର ମାଷ୍ଟରକ୍ଯାଣ୍ଟିନ ଛକ ନିକଟରେ ସୋମବାର ଦିନ ଦ୍ବିପ୍ରହରରେ ଅଭାବନୀୟ ଘଟଣା ଘଟିଛି। ୨ଜଣଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ଦୁର୍ବୃତ୍ତ । ତେବେ କାହିଁକି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି ଏହାର କାରଣ ଜଣାପଡ଼ି ନାହିଁ। ଖବର ପାଇ ଖାରବେଳ ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।