ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ; ମହାଳୟାରେ ପିଣ୍ଡଦାନ ପାଇଁ ଭିଡ

ପୁରୀ: ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶହ ଶହ ଶ୍ରଦ୍ଧାଳୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହି ଭାବଧାରକୁ ପାଥେୟ କରି ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ପିଣ୍ଡଦାନ କରୁଛନ୍ତି। ବାଇଶି ପାହାଚରେ ପିଣ୍ଡଦାନ ଉପରେ କଟକଣା ଜାରି କରାଯାଇଥିବାରୁ ଶ୍ରଦ୍ଧାଳୁ ଉତ୍ତର ଦ୍ବାର ପାର୍ଶ୍ବରେ ହୋଇଥିବା ଅସ୍ଥାୟୀ ଟେଣ୍ଟ ତଳେ ପିଣ୍ଡଦାନ ଦେଉଛନ୍ତି।

ସୂଚନାଯୋଗ୍ୟ, ମହାଳୟା ବା ମଉଳା ଅମାବାସ୍ୟା ପିତୃପକ୍ଷର ଅନ୍ତିମ ଦିବସ। ଯାହାର ପିତା ଯେଉଁ ଦିବସରେ ମୃତ୍ୟୁବରଣ କରିଥାନ୍ତି ପିତୃପକ୍ଷର ସେହିତିଥିରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଯଦି କେହି ତିଥିରେ ପିଣ୍ଡଦାନ କରିନଥାନ୍ତି ସେମାନେ ମହାଳୟା ଦିନ ପିଣ୍ଡଦାନ କରିଥାନ୍ତି।

ଏହି ପିଣ୍ଡ ପିତୃକୂଳର ୩ ପୁରୁଷ ପିତା, ପିତାମହ ଏବଂ ପ୍ରମିତାମହ ତଥା ମାତୃକୂଳର ମାତାମହ, ପ୍ରମାତାମହ ଏବଂ ବୃଦ୍ଧ ପ୍ରମାତାମହଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ଅନେକ ଗୃହସ୍ଥ ମଧ୍ୟ ନିଜର ସ୍ୱଗୃହରେ ଏହି ଅବସରରେ ତର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ସୂଚନା ଯୋଗ୍ୟ ଯେଉଁମାନେ ଆଜିର ତିଥିରେ ପିଣ୍ଡଦାନ କରିନଥାନ୍ତି ସେମାନେ ଦୀପାବଳି ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରୀମନ୍ଦିର ବାଇଶି ପାହାଚରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ଶ୍ରଦ୍ଧାଳୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ବିଶ୍ୱାସ ରହିଛି ମହାଳୟା ତିଥିରେ ବାଇଶ ପାହାଚରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହି ଭାଧାରକୁ ପାଥେୟ କରି ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ବାଇଶିପାହାଚରେ ପିଣ୍ଡଦାନ କରିଥିଲେ। ସୂଚନା ଯୋଗ୍ୟ ମହାଳୟା ବା ମଉଳା ଅମାବାସ୍ୟା ପିତୃପକ୍ଷର ଅନ୍ତିମ ଦିବସ। ଯାହାର ପିତା ଯେଉଁ ଦିବସରେ ମୃତ୍ୟୁବରଣ କରିଥାନ୍ତି ପିତୃପକ୍ଷର ସେହିତିଥିରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଯଦି କେହି ତିଥିରେ ପିଣ୍ଡଦାନ କରିନଥାନ୍ତି ସେମାନେ ମହାଳୟା ଦିନ ପିଣ୍ଡଦାନ କରିଥାନ୍ତି।

ଏହି ପିଣ୍ଡ ପିତୃକୂଳର ୩ ପୁରୁଷ ପିତା, ପିତାମହ ଏବଂ ପ୍ରମିତାମହ ତଥା ମାତୃକୂଳର ମାତାମହ, ପ୍ରମାତାମହ ଏବଂ ବୃଦ୍ଧ ପ୍ରମାତାମହଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ମହାଳୟା ଅବସରରେ ଷଡ଼ ପୁରୁଷଙ୍କ ସହିତ ଗୋଟିଏ ଲୁପ୍ତ ପିଣ୍ଡ ମଧ୍ୟ ଅର୍ପଣ କରାଯାଇଥାଏ। ମହାଳୟା ପାଇଁ ବାଇଶିପାହାଚରେ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ମହାପ୍ରସାଦ ପିଣ୍ଡକୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଭାବେ ଅର୍ପଣ କରିଥିଲେ। ଅନେକ ଗୃହସ୍ଥ ମଧ୍ୟ ନିଜର ସ୍ୱଗୃହରେ ଏହି ଅବସରରେ ତର୍ପଣ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ସୂଚନା ଯୋଗ୍ୟ ଯେଉଁମାନେ ଆଜିର ତିଥିରେ ପିଣ୍ଡଦାନ କରିନଥାନ୍ତି ସେମାନେ ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରନ୍ତି।

Leave A Reply

Your email address will not be published.