ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ଗୁରୁତ୍ୱ: ପିପିଲି ଉପନିର୍ବାଚନରେ ମୁତୟନ ହେବେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଓ ୨୯ ପ୍ଲାଟୁନ୍ OSAP‌

ପୁରୀ: ପିପିଲି ଉପନିର୍ବାଚନକୁ ଆଉ ୪ଦିନ ବାକିଥିବା ବେଳେ ଆଜି ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି । ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଓ ୨୯ ପ୍ଲାଟୁନ୍‌  OSAP ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍‌ରେ ବିଭକ୍ତ କରାଯାଇଛି ବୋଲି ପୁଲିସି ଡିଜି ଅଭୟ କହିଛନ୍ତି।

ପ୍ରତି ଜୋନରେ ସୁରକ୍ଷା ଦାୟିତ୍ୱର ତଦାରଖ କରିବେ ଦୁଇ ଜଣ ଏଏସପି, ୩ଜଣ ଲେଖାଏ ଡିଏସପି । ଏହାସହ ଗୋଟିଏ ପ୍ଲାଟୁନ୍ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (OSAF) ) ବି ମୁତୟନ ରହିବେ । ୮୦ଟି ସମ୍ବେଦନଶୀଳ ବୁଥରେ ବିଏସଏଫ ଯବାନ ମୁତୟନ ହେବେ । ଆଜି ପିପିଲିରେ ଏହି ସମୀକ୍ଷା ବେଳେ ପୁଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଓ ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Leave A Reply

Your email address will not be published.