ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲକାନଗିରିରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ମାଲକାନଗିରି: ରାଜ୍ୟରେ ଏବେ କରୋନା ଭୂତାଣୁ ତାର କାୟା ବିସ୍ତାର କରିଚାଲିଛି । ତେଣୁ ସରକାର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । କରୋନା ମହାମାରି ପ୍ରଭାବରେ ସମସ୍ତଙ୍କ ଆର୍ଥିକ ସ୍ଥିତିରେ ସମମସ୍ୟା ଦେଖା ଦେଇଛି । ତେବେ ଏତିକି ବେଳେ ପେଟ୍ରୋଲର ଏହି ଆକାଶ ଛୁଆଁ ଦର ଏବେ ମୁଣ୍ଡ ଉପରେ ନଳିତା ବିଡା ସଦୁସ୍ୟ ହୋଇ ପଡିଛି । ମାଲକାନଗିରିରେ ବର୍ତମାନ ତୈଳ ଦର ୧୦୦.୨ ହୋଇଥିବା ବେଳେ ଡିଜେଲ ଦର ୯୭.୬୯ ରେ ପହଞ୍ଚିଛି । ସେହିପରି ମାଲକାନଗିରି ଜିଲ୍ଲା କଲିମେଳା ବ୍ଲକ ରେ ପେଟ୍ରୋଲ ଦର ୧୦୧ ପାର କରିଛି । ଯାହାକି ରାଜ୍ୟରେ ସର୍ବାଧିକ ରହିଛି । ସାଧାରଣ ଜନତାଙ୍କ ପାଇଁ ଏହା ମୁଣ୍ଡ ବଥାର କାରଣ ପାଲ୍‌ଟିଛି । କରୋନା ଯୋଗୁଁ ଜନସାଧାରଣଙ୍କ କାମଧନ୍ଧାରେ ମାନ୍ଧା ବସ୍ତା ଦେଖା ଦେଇଥିବା ବେଳେ ପେଟ୍ରୋଲ୍ ଦର ସେମାନଙ୍କ ଚିନ୍ତା ଆହୁରି ବଢାଇ ଦେଇଛି । ଏହି ପରି ପ୍ରେଟ୍ରୋଲ ଦର ବୁଦ୍ଧି ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଦିନକୁ ଦିନ ଏହି ତୈଳ ଦର ବୁଦ୍ଧି ହେଉଥିବାରୁ ଗ୍ରାହକ ମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତୈଳ ବୃଦ୍ଧି ଯୋଗୁଁ ମଧ୍ୟ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ଯାହାକି ସାଧାରଣ ଜନତାଙ୍କ ପଇଁ ଚିନ୍ତାର ବିଷୟ ପାଲ୍‌ଟିଛି । ତେଣୁ କରୋନା ମହାମାରି ସମୟରେ ଏପରି ତୈଳ ଦଳ ବୃଦ୍ଧି ଯୋଗୁଁ ସାଧାରଣ ପେଟ୍ରୋଲ ପକାଇବା ସମୟରେ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଏହି ପରିସ୍ଥିତିରେ ପେଟ୍ରୋଲ ଦର କମାଇବା ପାଇଁ ସାଧାରଣ ଜନତା ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.