ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘୋର ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା : ୪୨୦ ହେଲା ପେଟ୍ରୋଲ, ଡିଜେଲର ଦର ୪୦୦

କ‌ଲମ୍ବୋ : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି।ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ଏଥିସହ, ଅଧିକ ବ୍ୟବହାର ହେଉଥିବା ଅକ୍ଟାନେ ୯୨ ପେଟ୍ରୋଲର ଲିଟର ପିଛା ୪୨୦ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି।

ଦର ଅଧିକ ରହିଥିଲେ ମଧ୍ୟ ଅଧିକାଶଂ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍‌’ ‌ପୋଷ୍ଟର୍‌ ଲଗାଯାଇଛି। କାରଣ ଶ୍ରୀଲଙ୍କାରେ ଇନ୍ଧନ ସଙ୍କଟ ଉତ୍କଟ ସ୍ଥିତି ସୃଷ୍ଟି କରିଛି। ଏହା ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ବହୁ ସ୍ଥାନରେ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍‌ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ପେଟ୍ରୋଲ ନଥିଲା।

ବୈଦେଶିକ ମୁଦ୍ରାକୁ ସଙ୍କଟ ପାଇଁ ଶ୍ରୀଲଙ୍କା ସରକାର ପେଟ୍ରୋଲିୟମ ଉତ୍ପାଦ କିଣିପାରୁନାହିଁ। ତେବେ ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟ ଭିତରେ ଶ୍ରୀଲଙ୍କାର ମନ୍ତ୍ରୀମଣ୍ଡଳ ପେଟ୍ରୋଲିୟମ ଉତ୍ପାଦ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଋଣ ନେବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଶ୍ରୀଲଙ୍କା ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଶେଷ ହେବାକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଛି ।

ଦେଶରେ ଥିବା ବୈଦେଶିକ ମୁଦ୍ରାର ସଙ୍କଟ ଭିତରେ ଟଙ୍କା ଦେବାରେ ଅନେକ ଅସୁବିଧା ଦେଖାଦେଇଛି । ଦେଶର ଶକ୍ତିମନ୍ତ୍ରୀ କଞ୍ଚନା ବିଜେସକୋରା ମଙ୍ଗଳବାର କହିଛନ୍ତି, ସୋମବାର ମନ୍ତ୍ରୀମଣ୍ଡଳର ବୈଠକରେ ଇନ୍ଧନ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ଋଣ ନେବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଶ୍ରୀଲଙ୍କା ପ୍ରଥମେ ତେଲ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨୦ କୋଟି ଡଲାର ମିଳିସାରିଛି ।

ଅନ୍ୟପଟେ ଦେଶର ସ୍ଥିତିରେ ଭୟଙ୍କର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାର ନୂଆ ସରକାର ଏହାର ଜାତୀୟ ଏୟାରଲାଇନ୍‌ ବିକିବାପାଇଁ ଯୋଜନା କରିଛନ୍ତି। ଶ୍ରୀଲଙ୍କାରେ ନୂଆ ପ୍ରଶାସନ ଏୟାରଲାଇନ୍‌ ଗୁଡ଼ିକୁ ଘରୋଇକରଣ କରିବାପାଇଁ ଯୋଜନା କରିଛନ୍ତି ବୋଲି ରାନିଲ ବିକ୍ରମସିଂଘେ କହିଛନ୍ତି। ବିକ୍ରମସିଂଘେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ଛାପିବେ ବୋଲି କହିଛନ୍ତି। ଟଙ୍କା ଛାପିବା ପାଇଁ ସେ ବାଧ୍ୟ ହେଉଥିବା କହିଛନ୍ତି।

Leave A Reply

Your email address will not be published.