ଗୋଟିଏ ଦିନରେ ୩୦କୋଟିର ମଦ ବିକ୍ରି

ବୁଧବାର ଠାରୁ ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ୍ ଲାଗୁ ହୋଇଯିବ। ଏହି ସମୟରେ ରାଜଧାନୀର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାକୁ ଦୃଷ୍ଟିରେ ରଖ୍ ସୋମବାର ରାଜଧାନୀର ବିଭିନ୍ନ ମଦ ଦୋକାନ ଆଗରେ ଗ୍ରାହକଙ୍କ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ମଦ ପାଇଁ ଅନେକ ମଧ୍ୟ କୋଭିଡ୍ ଗାଇଡ୍ଲାଇନ୍କୁ ପୂରାପୁରି ଭୁଲି ଯାଇଥିଲେ ।
ଗ୍ରାହକମାନେ ସାମାଜିକ ଦୂରତ୍ୱକୁ ଭୁଲି ଧସ୍ତାଧସ୍ତି ହୋଇ ମଦ ନେଉଥିବା ଦେଖିବାକୁ ମିଳିଥିଲା। ଅନେକ ମଧ୍ୟ ଗ୍ରାହକ ମାସ୍କ ମଧ୍ଯ ପିନ୍ଧି ନ ଥିଲେ । ସକାଳ ଅପେକ୍ଷା ସୋମବାର ଅପରାହ୍ନରେ ମଦ ଦୋକାନରେ ଏକାଧୂକ ଲୋକଙ୍କୁ ଭିଡ଼ ରହିଥିଲା। ଏଭଳି ଭିଡ଼କୁ ନଜରରେ ରଖ୍ ବିଭିନ୍ନ ମଦ ଦୋକାନ ଆଗରେ ପୁଲିସ ମୁତୟନ କରିବାକୁ ପଡ଼ିଥିଲା । କିନ୍ତୁ ପୁଲିସ ଥିଲେ ।
କିଣିଥିଲେ ମଧ୍ୟ ଅନେକ ମଦ କିଣିବାର ନିଶାରେ କୋଭିଡ୍ ନିୟମକୁ ପୂରାପୂରି ପାଇଁ ମଦ ଜଳାଞ୍ଜଳି ଦେଇଥିବା ଭଳି ଲାଗୁଥିଲା। ପୁଲିସ ଅନେକଙ୍କୁ ତାଗିଦ କରିଥିଲେ ମଧ୍ୟ ଲୋକେ କିନ୍ତୁ ମାନିବାକୁ ନାରାଜ।
ଏକାଧିକ ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼
ବିଶେଷକରି ରାଜଧାନୀର ପଟିଆ, ଡମଣା, ଜୟଦେବବିହାର, ମଞ୍ଚେଶ୍ଵର ଥାନା ନିକଟ, କଟକରୋଡ୍, ସହିଦନଗର, ବରମୁଣ୍ଡା, ଖଣ୍ଡଗିରି ଦି ଅନେକ ଅଞ୍ଚଳରେ ଥିବା ମଦ ଦୋକାନରେ ଭିଡ଼ ଦେଖିବାକୁ ମିଳିଥିଲା। ଲୋକେ ଗୋଟିଏ କି ଦୁଇଟି ବୋତଲ ନୁହେଁ ୮ରୁ ୧୦ ବୋତଲ ପର୍ଯ୍ୟନ୍ତ ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା।
ଅନେକ ଗ୍ରାହକ ପେଟିପେଟି ମଦ କିଣି ନେଉଥିବା ଲକ୍ଷ୍ୟ କରାଯାଉଥିଲା। ଏପରିକି ବିନୋଦ ନାମକ ଜଣେ ଇଂଞ୍ଜିନିୟରିଂ ୧୩ ହଜାର ଟଙ୍କାର ମଇଁ ବରମୁଣ୍ଡା ମଦ ଦୋକାନ ନିକଟରୁ କିଣିଥିଲେ। ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ନିଜର ସାଥ୍ଙ୍କ ପାଇଁ ମଦ ଦୋକାନରୁ ୧୩ ହଜାର ଟଙ୍କାର ମଦ କିଣି ନେଉଛନ୍ତି। କବଳ ବିନୋଦ ନୁହେଁ ଏହିପରି ଅନେକ ବ୍ୟକ୍ତି ମଦ କିଣି ନେଉଛନ୍ତି। ସୋମବାର ରାଜଧାନୀରେ ୩୦ କୋଟି ଟଙ୍କାର ମଦ ବିକ୍ରି କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି।
ମହିଳା ମଧ୍ୟ ମଦ କିଣି ନେବାର ଦେଖିବାକୁ ମିଳିଥିଲା
କେବଳ ପୁରୁଷ ନୁହେଁ ଅନେକ ମଦ ଦୋକାନ ଆଗରେ ମହିଳା ମଧ୍ୟ ମଦ କିଣି ନେଉଥିବାର ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଲା ଦୋକାନରେ ଏତେ ମାତ୍ରାରେ ମଦ ବିକ୍ରି ହେଲା ଯେ, ସନ୍ଧ୍ୟା । ସୁଦ୍ଧା ଅନେକ ଦୋକାନରେ ମଦ ସରିଯାଇଥିଲା। ସେମାନେ ପୁଣି ମଦ ମଗାଇବା ପାଇଁ ଅନୁମତି ମାଗିଛନ୍ତି | କାରଣ ମଙ୍ଗଳବାର ମଦ ବିକ୍ରିର ଶେଷ ଦିନ ଥିବାରୁ ଲୋକଙ୍କୁ ଭିଡ଼ ପୂର୍ବ ଦିନ ଅପେକ୍ଷା ଅଧିକ ରହିବ ବୋଲି ଅଶ|| କରାଯାଉଛି। ତେଣୁ ଅନେକ ମଦ ଦୋକାନ ରଖୁଛନ୍ତି | ମହଜୁଦ୍ ମଦକୁ ସେମାନେ ଲକ୍ଡାଉନ୍ ସମୟରେ ତିନି ଗୁଣା ଦାମରେ ବିକ୍ରି କରିବେ । ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ କିଣିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ତା’ଠାରୁ ଯଥେଷ୍ଟ ଅଧିକ ପରିମାଣର ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା | ଯାହାକୁ ପୁଲିସ ଦେଖ୍ ନ ଦେଖିବା ଭଳି ରହୁଛି। କେତେକ ମଦ ଦୋକାନ ଆଗରେ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।
ବସ୍ତିରେ ରହିଛି ମଦ, ବ୍ରାଉନସୁଗର
୧୪ ଦିନ ଲକ୍ଡାଉନ୍ ପୂର୍ବରୁ ବିଭିନ୍ନ ବସ୍ତିରେ ରହୁଥିବା ଛୋଟଛୋଟ ନିଶା ବେପାରୀ ମଦ, ଗଞ୍ଜେଇ ଓ ବ୍ରାଉନ୍ସୁଗର ଯଥେଷ୍ଟ ପରିମାଣର ମଦ ମଗାଇଛନ୍ତି । ପ୍ରକାଶ ଥାଉ କି, ଗତବର୍ଷ ଲକ୍ଡାଉନ୍ ସମୟରେ ଅନେକ ମଦ ମାଫିଆ ଚୋରାରେ ମଦ ବିକ୍ରିକରି ଲାଭବାନ ହୋଇଥିଲେ। ଏଥର ମଦ ମାଫିଆମାନେ ଏଜେଣ୍ଟ ଲଗାଇ ସହରର ବିଭିନ୍ନ ମଦ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହୋଇ ମଦ କିଣୁଛନ୍ତି । ଏଜେଣ୍ଟଙ୍କ ମାଧ୍ୟରେ ପେଟି ପେଟି ମଦ ଷ୍ଟକ୍
ଷ୍ଟକ୍ ରହୁଛନ୍ତି। ବିଶେଷକରି ସାଲିଆସାହି, ପଥରବନ୍ଧ ବସ୍ତି, ହଳଦୀପଡ଼ିଆ ସମେତ ଅନେକ ବଡ଼ବଡ଼ ବସ୍ତିକୁ ସୋମବାର ଏକାଧୂକ ନିଶା ଚାଲାଣ କରାଯାଇଛି। ଉକ୍ତ ବସ୍ତିରେ ଥିବା ନିଶା ମାଫିଆଙ୍କ ଏଜେଣ୍ଟ ଏହାକୁ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି। ସେମାନେ ପୂର୍ବ ଦାମ୍ ଅପେକ୍ଷା ଦୁଇ ଗୁଣାରେ ମଦ ବିକ୍ରି କରିବେ । ଏପରିକି ବାଲେଶ୍ବରରୁ ମଧ୍ୟ ସୋମବାର ବ୍ରାଉନ୍ସୁଗର ରାଜଧାନୀର ଏହି ଏଜେଣ୍ଟମାନଙ୍କ ନିକଟକୁ ଆସିଛି। ତେଣୁ ପୁଲିସ କିଭଳି ଏହି ନିଶା ମାଫିଆଙ୍କ ଏଜେଣ୍ଟକୁ ଗିରଫ କରିବେ ତାହା ମଧ୍ୟ ପୁଲସ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି।