ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ପ୍ରଶାସନିକ ସ୍ତରରେ ଅଦଳବଦଳ, ରବୀନ୍ଦ୍ରନାଥ ସାହୁ ହେଲେ ନୟାଗଡ଼ ଜିଲ୍ଲାପାଳ

ଭୁବନେଶ୍ୱର: ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ରବିନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି । ଶ୍ରୀ ସାହୁ ବର୍ତ୍ତମାନ ଯାଏଁ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସେହିପରି ନୟାଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଆସୁଥିବା ୨୦୧୨ ବ୍ୟାଚ୍‌ ଅଧିକାରୀ ପୋମା ଟୁଡୁଙ୍କୁ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିଃର ଏମଡି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ଏହି ପଦଟି ରାଜ୍ୟ ସରକାରଙ୍କ ପ୍ରଶାସନରେ ଯୁଗ୍ମ ସଚିବ ପାହ୍ୟାର ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପୋମା ଟୁଡୁ ଦାୟିତ୍ୱ ନେବା ପରେ ଏହି ଦାୟିତ୍ୱକୁ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏଏସ୍‌ ଅଧିକାରୀ ଡକ୍ଟର ବୃନ୍ଦା ଡି ଦାୟିତ୍ୱମୁକ୍ତ ହେବେ ବୋଲି ଜଣାପଡିଛି ।

୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ଯାଏଁ କୁଚିଣ୍ଡା ସବ୍‌ -କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣରେ ୨୦୨୦ ବ୍ୟାଚ୍‌ ଅଧିକାରୀ କୁଲକର୍ଣ୍ଣୀ ଆଶୁତୋଷଙ୍କୁ ବ୍ରହ୍ମପୁର ସବ୍‌-କଲେକ୍ଟର ଦାୟିତ୍ୱ ଦିଆଯାଇଛି । ସେହିପରି ସମାନ ବ୍ୟାଚର ଅଧିକାରୀ ମିସ୍‌ ମଧୁସ୍ମିତାଙ୍କୁ ବାଲିଗୁଡ଼ା ସବ୍‌ କଲେକ୍ଟର ଦାୟିତ୍ୱ ସହ ବାଲିଗୁଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ବେଦଭୂଷଣଙ୍କୁ ଧର୍ମଗଡ ସବ୍‌-କଲେକ୍ଟର ସହ ଧର୍ମଗଡ଼ ଏନଏସିର ଇଓ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଚଭନ କୁନାଲ ମୋତିରାମ ବାଲେଶ୍ୱର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମୋତିରାମଙ୍କୁ ବାଲେଶ୍ୱର ପୌରସଂସ୍ଥାର ଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୨୦୨୦ ବ୍ୟାଚର ଅଧିକାରୀ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ସବ୍‌ କଲେକ୍ଟର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ସେ କୁଚିଣ୍ଡା ଏନଏସିର ଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ଉପରୋକ୍ତ ସମସ୍ତ ନିଯୁକ୍ତି ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.