ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାସ୍କ ପିନ୍ଧନ୍ତୁ ଓ ଜନଗହଳି ସ୍ଥାନରୁ ଦୂରରେ ରୁହନ୍ତୁ : ବାୟୁରେ ବ୍ୟାପୁଛି କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ଲହର ଏବେ ଭାରତରେ ସାଂଘାତିକ ରୂପ ନେଇଥିବା ବେଳେ ଅନ୍ୟାନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏ ପରିସ୍ଥିତିରେ ସଂକ୍ରମଣକୁ ନେଇ ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଏକ ଗବେଷଣାରୁ ପ୍ରମାଣ ମିଳିଛି ଯେ କୋଭିଡ୍‌-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁ ସାଂଘାତିକ ଭାବେ ବାୟୁବାହିତ ଏବଂ ବାୟୁ ଦ୍ୱାରା ହିଁ ବ୍ୟାପୁଛି।

ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଭୂତାଣୁ ନିଜର କାୟା ବିସ୍ତାର କରି ବାୟୁରେ ମିଶିଯିବା ପରେ ବାୟୁ ମାଧ୍ୟମରେ ହିଁ ସଂକ୍ରମଣକୁ ବିସ୍ତାରିତ କରୁଛି। ବ୍ୟାପକ ଗବେଷଣା ପରେ ଜଣାପଡ଼ିଥିବା ଏହି ତଥ୍ୟ ଆଜି ଆମେରିକୀୟ ମେଡିକାଲ୍‌ ଜର୍ଣ୍ଣାାଲ୍‌ ଲାନସେଟ୍‌ରେ ପ୍ରକାଶିତ ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମିଳିଥିବା ପ୍ରମାଣ ଅନୁସାରେ ନୂତନ କୋଭିଡ୍‌-୧୯ ଭୂତାଣୁ ସାର୍ସ-କୋଭ୍‌-୨ ମୁଖ୍ୟତଃ ବାୟୁ ମାଧ୍ୟମରେ ସଂକ୍ରମିତ ହେଉଛି । ତେଣୁ ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଛି। ଫଳରେ ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହେଉନାହିଁ।

ବ୍ରିଟେନ, ଆମେରିକା ଏବଂ କାନାଡାର ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣା ଅନୁଯାୟୀ ସଂକ୍ରମଣ ବିସ୍ତାର କରୁଥିବା ଏହି ଭୂତାଣୁ ବାୟୁ ଦ୍ବାରା ବ୍ୟାପୁଛି। ପ୍ରମାଣ ଏହାକୁ ସମର୍ଥନ କରୁଛି ହେଲେ ବୃହତ ଡ୍ରପଲେଟ୍‌ ସଞ୍ଚାରଣକୁ ସମର୍ଥନ କରୁଥିବା ପ୍ରମାଣ ପ୍ରାୟ ନାହିଁ। ବହୁ ବ୍ୟକ୍ତିଙ୍କୁ ନେଇ ଏକାଧିକ ପରୀକ୍ଷା ଓ ଗବେଷଣା କରିବା ପରେ ଏହି ସିଦ୍ଧାନ୍ତରେ ଗବେଷକମାନେ ଉପନୀତି ହୋଇଥିବା କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ଏହି ରିପୋର୍ଟକୁ ଗୁରୁତ୍ବର ସହ ବିଚାର କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.