ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଗ୍ରାହକଙ୍କୁ ଝଟ୍‌କା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏହାର କେତେକ ନିୟମରେ ପରିବର୍ତ୍ତନ କରିଛି। ଏହି ଅନୁଯାୟୀ, ଚଳିତ ମାସରୁ ବ୍ୟାଙ୍କିଙ୍ଗ୍‌ ସେବା ଉପରେ ବ୍ୟାଙ୍କ ଅଧିକ ଚାର୍ଜ ନେବ ବୋଲି ଜଣାଯାଇଛି। ଏହାସହ ଅନେକ ମାଗଣା ସେବା ଓ ଏଟିଏମ ଟଙ୍କା ଉଠାଣ ଚାର୍ଜ ମଧ୍ୟ ବ୍ୟାଙ୍କ ବଢ଼ାଇଦେଇଛି। ଆସନ୍ତା ୨୯ ତାରିଖରୁ ନୂଆ ଦର ଲାଗୁ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ବୃଦ୍ଧି ଘଟାଇବା ପରେ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ଏହାବ୍ୟତୀତ ବ୍ୟାଙ୍କ ନିଜର ଏକ୍ସଟରନାଲ୍ ବେଞ୍ଚମାର୍କ ସଂଯୁକ୍ତ ହାରକୁ ୦.୪୦ରୁ ୬.୯୦ ପ୍ରତିଶତକୁ ବୃଦ୍ଧି କରିଛି। ଯାହା ଆସନ୍ତା ମାସରୁ ଲାଗୁ ହେବ। ଫଳରେ ଋଣ ଉପରେ ଇଏମଆଇ ବଢିଯିବ।

ସେହିପରି ମଲଟି ସିଟି ଚେକ୍ ବୁକ, ଖାତା ଉପରେ ମାଗଣା ସେବା ଓ ନେଣଦେଣରେ ବ୍ୟାଙ୍କ ସଂଶୋଧିତ ଶୁଳ୍କ ଲାଗୁ କରିଛି। ପିଏନବି ପକ୍ଷରୁ ସଞ୍ଚୟ ଜମା କାରବାର ସୀମା ବଢାଇବା ସହ ଏ କ୍ଷେତ୍ରରେ ରହିଥିବା ସୀମାଠାରୁ ଅଧିକ ନେଣଦେଣ ଉପରେ ଫି ବୃଦ୍ଧି କରିଛି। ପୂର୍ବରୁ ୪୦ଟି ନେଣଦେଣ ଅତିକ୍ରମ ପରେ ପ୍ରତି କାରବାର ପିଛା ଫି ୨ ଟଙ୍କା ଲାଗୁଥିଲା। ଏବେ ୫୦ରୁ ଅଧିକ କାରବାର କଲେ ପ୍ରତି କାରବାର ପିଛା ୧୦ ଟଙ୍କା ଲାଗିବ। ସେହିପରି ବ୍ୟାଙ୍କ ଚେକ୍ ରିଟର୍ଣ୍ଣିଂ ଶୁଳ୍କ ପାଇଁ ନୂଆ ସ୍ଲାବ୍ ଆଣିଛି। ଏହି ଅନୁଯାୟୀ, ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ବାହାର ଅର୍ଥ ନେଣଦେଣ ଉପରେ ଏଣିକି ଗ୍ରାହକଙ୍କୁ ୨୫୦ ଟଙ୍କା ଚାର୍ଜ ପଡିବ। ୧୦ ଲକ୍ଷରୁ ଅଧିକ ହେଲେ ୫୦୦ ଟଙ୍କା ଚାର୍ଜ ଲାଗିବ। ପିଏନବି ଫ୍ରି ଚେକ୍ ବୁକ ଲିଭ୍ ଫି ୨୫ରୁ ୨୦ ଟଙ୍କାକୁ ହ୍ରାସ କରିଛି। ଏହାସହ ଲକର ଭଡା ଏକ ବର୍ଷ ପାଇଁ ବିଳମ୍ବ ହେଲେ ୨୫ ପ୍ରତିଶତ ଜରିମାନା ଦେବାକୁ ପଡିବ। ସେହିପରି ୧ବର୍ଷରୁ ୩ ବର୍ଷ ପାଇଁ ୫୦ ପ୍ରତିଶତ ଜରିମାନା ଦେବାକୁ ହେବ। ୩ ବର୍ଷରୁ ଅଧିକ ହେଲେ ବ୍ୟାଙ୍କ ଲକର ସୁବିଧା ଦେବ ନାହିଁ ଓ ୫ ବର୍ଷର ଲକର ଭଡା ଅସୁଲ କରିବ।

 

Leave A Reply

Your email address will not be published.