ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ନିର୍ଦ୍ଧାରିତ, ଅପରିବର୍ତ୍ତିତ ରହିଲା ରେପୋରେଟ୍

ମୁମ୍ବଇ : ଅପରିବର୍ତ୍ତିତ ରହିଲା ରେପୋରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ମୁଦ୍ରାନୀତି କମିଟି (ଏମ୍‍ପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଚଳିତ ଆର୍ଥିକବର୍ଷରେ ଏହା ଏମ୍‌ପିସିର ହେଉଛି ପ୍ରଥମ ବୈଠକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସୋମବାରଠରୁ ଅନୁଷ୍ଠିତ ହୋଇଥିବା  ଏହି ବୈଠକର ଚୂଡାନ୍ତ ନିଷ୍ପତ୍ତି ଆଜି ଆସିଛି। ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଋଣ ନେଇ ପାରିବେ ବାଣିଜ୍ୟିକ ବ୍ୟାଙ୍କ, ଆବଶ୍ୟକ ହେଲେ ୩.୩୫% ସୁଧ ହାରରେ ଋଣ ଉଠାଇପାରିବ ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।


କରୋନା ଯୋଗୁ ସାରାବିଶ୍ୱର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କରୋନା ଟିକାକରଣ ଯୋଗୁଁ ଜିଡିପି ଟ୍ରାକ୍କୁ ଫେରୁଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଗତ ଫେବୃୟରୀରେ ବସିଥିବା ଦ୍ୱିମାସିକ ମନିଟାରୀ ପଲିସି କମିଟି ବୈଠକରେ ରେପୋରେଟ୍ ଅପରବର୍ତ୍ତିତ ରଖିଥିଲେ ।


ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ  ରେପୋ ହାର ସହ ଅନ୍ୟ ବୈଧାନିକ ସୁଧ ହାରରେ ହ୍ରାସ କରିବା କିମ୍ବା ଏହାକୁ ବର୍ତ୍ତମାନର ସ୍ତରରେ ରଖିବାକୁ ଯଥା ସମ୍ଭବ ଚେଷ୍ଟା କାରାଯାଇଥିଲା । ସମ୍ପ୍ରତି ଦେଶରେ କେରାନା ମହାମାରୀର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଚଳିତଥର ବୈଠକରେ  ବିତ୍ତୀୟ ବଜାର ସହ ଆର୍ଥିକ ବିଶେଷଜ୍ଞ ସହ ସମସ୍ତଙ୍କର ନଜର ରହିଥିଲା।


ଗତ ଥର ହୋଇଥିବା ମୁଦ୍ରାନୀତି କମିଟିର ସମୀକ୍ଷା ବୈଠକରେ ଦେଶ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୦.୫% ରହିବା ନେଇ ଆକଳନ କରାଯାଇଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୨୦୨୧ରୁ ୨୦୨୬ ମଧ୍ୟରେ ମୁଦ୍ରାସ୍ପୀତିକୁ ୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଛି। ଚଳିତ ଆର୍ଥିକବର୍ଷରେ ଏମ୍‌ପିସି ବୈଠକ ଚଳିତବର୍ଷ ଜୁନ୍‌ ୨,୩ ଓ ୪ ତାରିଖ, ଅଗଷ୍ଟରେ ୪,୫ ଓ ୬ ତାରିଖ, ଅକ୍ଟୋବରରେ ୬,୭ ଓ ୮ ତାରିଖ, ଡିସେମ୍ବରରେ ୬,୭ ଓ ୮ ତାରିଖ ଏବଂ ଫେବୃଆରୀରେ ୭,୮ ଓ ୯ ତାରିଖରେ ବସିବାକୁ ଦିନ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.