ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଆଇଏମଆଇଟି

କଟକ: ରାଜ୍ୟରେ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି) ମାଇଲଖୁଣ୍ଟ ସ୍ଥାପନ କରିଛି। ଦୀର୍ଘ ୬୦ ବର୍ଷ ହେବ ଅନେକ ସଫଳତାର ସୋପାନ ଅତିକ୍ରମ କରିବା ସହ ରାଜ୍ୟ ତଥା ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଆଇଏମଆଇଟି ଓ ଏହାର ଛାତ୍ରଛାତ୍ରୀ ମ୍ୟାନେଜମେଣ୍ଟ ଶିକ୍ଷା ସ୍ରୋତର ନେତୃତ୍ୱ ନେଇଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଆଜି କଟକ ସାରଳା ସାହିତ୍ୟ ଭବନ ଠାରେ ଆଇଏମଆଇଟିର ହୀରକ ଜୟନ୍ତୀ ଅବସରରେ ଆୟୋଜିତ ଆଲୁମିନି ସମ୍ମେଳନ – ୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜେନା ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ମୂଲ୍ୟବାନ ସମ୍ବଳ ବୋଲି ମତବ୍ୟକ୍ତ କରିଛନ୍ତି।

ଆଇଏମଆଇଟିର ଅଧ୍ୟକ୍ଷ ପ୍ରଫେସର ଡଃ ମାନସ ରଞ୍ଜନ କବାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବତ୍ସରୀକ ଉତ୍ସବରେ ଆଲୁମିନି ମିଟ ୨୦୨୩ର ଅଧ୍ୟକ୍ଷ ସୁଜିତ କୁମାର ଦାଶ ଅତିଥି ମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷାୟତନ ନୁହେଁ ବରଂ ଆଇଏମଆଇଟିର ଦୀର୍ଘ ବର୍ଷର ଯାତ୍ରା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛି। ଏଥିରେ ସିଡିଏର ଅଧ୍ୟକ୍ଷ ଅନିଲ କୁମାର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଏମଆଇଟିର ଉତ୍ତୋରତ୍ତର ସଫଳତା କାମନା କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚଇନି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟା ଆଜି ଆଇଏମଆଇଟିକୁ ଦୃଢ ଭାବେ ଛିଡା କରାଇ ପାରିଛି ବୋଲି କହିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡଃ ମାନସ ରଞ୍ଜନ କବାଟ ଏହି ଶିକ୍ଷାନୁଷ୍ଠାନର ସଫଳତାର ଯାତ୍ରା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏଥିରେ ଆଲୁମିନି ମିଟ ୨୦୨୩ର ସଂଯୋଜକ କୁମାର ପ୍ରସନଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏମବିଏ ଓ ଏମସିଏ ବିଭାଗୀୟ ମୁଖ୍ୟ ଡଃ ଶୁଭେନ୍ଦ୍ର କୁମାର ଜୟସିଂହ, ଏମସିଏ ସଂଯୋଜକ ଅଧ୍ୟାପିକା ସୁଜାତା ରାୟ, ଏମବିଏ ସଂଯୋଜକ ଅଧ୍ୟାପକ ରଜତ କୁମାର ବଳିୟାରସିଂହ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପୁରାତନ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ସଫଳତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। କର୍ପୋରେଟରେ ସଫଳ ମ୍ୟାନେଜର ଓ ସଫ୍ଟୱେର ପ୍ରଫେସନାଲ ହେଵା ପାଇଁ ନିଜକୁ କିପରି ପ୍ରସ୍ତୁତ କରିବେ, ସେ ବିଷୟରେ ଚଳିତ ଛାତ୍ର ଛାତ୍ରୀ ମାନେ ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ। ପରିଶେଷରେ ପୁରାତନ ଛାତ୍ରଛାତ୍ରୀ ଓ ଏମବିଏ ଏବଂ ଏମସିଏର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.