ଆଇଏମ୍‌ଏଫ୍‌ର ଚେତାବନୀ : ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଭୁଶୁଡ଼ିବ ବିଶ୍ବ ଅର୍ଥନୀତି

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଲଢେଇ ଯେତେ ଦିନ ଆଗକୁ ବଢୁଛି ବିଶ୍ଵରେ ତାର ପ୍ରଭାବ ସେତିକି ବ୍ୟାପକ ହେବାରେ ଲାଗିଛି। ଏହା ମଧ୍ୟରେ ଦୁନିଆ ପାଇଁ ସତର୍କ ଘଣ୍ଟି ବଜାଇଛି ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍‌ଏଫ୍‌)। ଆଇଏମ୍‌ଏଫ୍‌ କହିଛି ରୁଷ-ୟୁକ୍ରେନ ଲଢେଇ ଏବଂ ରୁଷ ଉପରେ ଲଗାଯାଇଥିବା କଟକଣା ସମଗ୍ର ଦୁନିଆର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇପାରେ। ପୂର୍ବରୁ କରୋନା ମହାମାରୀ ପ୍ରଭାବରେ ଦୋହଲି ଯାଇଥିବା ଦୁନିଆର ଅର୍ଥନୀତି  ଟ୍ରାକକୁ ଆସିନଥିବା ବେଳେ ଦୁଇ ଦେଶ ମଧ୍ୟରେ ଲଢେଇ ଅର୍ଥନୀତି ମୋର୍ଚ୍ଚାକୁ ଆହୁରି ଜଟିଳ କରିବାକୁ ଯାଉଛି।

ଅନ୍ୟପକ୍ଷରେ ୧.୪ ଅରବ ଡଲାରର ଜରୁରୀକାଳୀନ ପାଣ୍ଠି ଯୋଗାଇ ଦେବାକୁ ୟୁକ୍ରେନର ଅପିଲ୍ ଉପରେ ଆସନ୍ତା ସପ୍ତାହରେ ଆଇଏମଏଫ ନିଷ୍ପତ୍ତି ନେବ। ବିଭିନ୍ନ ଫଣ୍ଡିଂ ଏବଂ ବିକଳ୍ପ ଉପରେ ଆଲୋଚନା ଚାଲିଥିବା ସଂଗଠନ କହିଛି। ସାଂପ୍ରତିକ ସ୍ଥିତି ଅନିଶ୍ଚିତତା ଭିତରେ ଗତି କରୁଥିବା ଆଇଏମଏଫ କହିଛି। ଯୁଦ୍ଧର ପ୍ରଥମ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ଶନ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ଯୁଦ୍ଧ କାରଣରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଅନ୍ୟ ଦେଶକୁ ପଳାୟନ କରି ସାରିଛନ୍ତି। ଏହି କାରଣରୁ ଅନେକ ଦେଶ ରୁଷ ଉପରେ ଅଦ୍ଭୁତପୂର୍ଣ୍ଣ କଟକଣା ଲଗାଇଛନ୍ତି।

ଗ୍ଲୋବାର ଲେଣ୍ଡର ନିଜ ରିପୋର୍ଟରେ କହିଛି, ଆକାଶଛୁଆଁ ଦରବୃଦ୍ଧିର ପ୍ରଭାବ ବିଶ୍ଵବ୍ୟାପୀ ଦେଖିବାକୁ ମିଳିବ। ବିଶେଷ କରି ଏଥିରେ ପ୍ରଭାବିତ ହେବେ ଗରିବ ଶ୍ରେଣୀର ଲୋକେ। ସେମାନଙ୍କୁକ ଖାଇବା ଏବଂ ଇନ୍ଧନ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯେତେ ଦିନ ଜାରି ରହିବ ଅର୍ଥନୀତି ସେତିକି ଭୁଶୁଡି ଚାଲିବ ବୋଲି ଆଇଏମଏଫ କହିଛି।

Leave a comment