କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି, ଦେଖିବା ପାଇଁ ଲୋକଙ୍କ ଭିଡ଼

ବାଲେଶ୍ୱର: କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି । ଭକ୍ତର ଭାବନା ଭିତରେ ହିଁ ଭଗବାନ ବିଦ୍ୟମାନ କରିଥାନ୍ତି। ସେଇଥିପାଇଁ ବିଭିନ୍ନ ସ୍ଥାନରେ ଭକ୍ତକୁ ଭଗବାନଙ୍କ ସତ୍ତା ଅନୁଭବ ହେଇଥାଏ। ଏହିଭଳି ଏକ କଇଁଛ ପିଠିରେ ଥିବା ଚିହ୍ନରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଛି। ବାଲେଶ୍ଵର ଚାନ୍ଦିପୁର ଶ୍ରୀକୋଣା ଗାଁରୁ ଉଦ୍ଧାର ହୋଇଥିବା ଏକ କଇଁଛ ଦେହରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଛି। ଉଦ୍ଧାର ପରେ କଇଁଛଟିକୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଥିଲେ। କଇଁଛ ଦେହରେ ଜଗନ୍ନାଥଙ୍କ ପ୍ରତିଛବି ଖବର ପ୍ରଘଟ ହେବା ପରେ ଏହା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା।

image-of-lord-jagannath-on-the-backside-of-a-turtle

image-of-lord-jagannath-on-the-backside-of-a-turtle

ପରେ କଇଁଛଟିକୁ ନେଇ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପୋଖରୀରେ ଛଡାଯାଇଛି।

Leave a comment