ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇମ୍‍କାର ବାର୍ଷିକ ସମ୍ମିଳନୀ ‘କୁ କନେକ୍‍ସନ ୨୦୨୨’

ଭୁବନେଶ୍ୱର: ଭାରତୀୟ ଜନ ସଂଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ(ଇମ୍‍କା) ଓଡି଼ଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ ‘କୁ’ କନେକସନ୨୦୨୨’ ଅନୁଷ୍ଠିତ ହୋଇଛି । ରବିବାର ସନ୍ଧ୍ୟାରେ ହୋଟେଲ ମାରିଅନରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଷଷ୍ଠ ଇଫ୍‍କୋ ଇମ୍‍କା ପୁରସ୍କାର’ ପ୍ରଦାନ କରାଯାଇଥିଲା ।

ବରିଷ୍ଠ ସାମ୍ବାଦିକା ଶାରଦା ଲାହଙ୍ଗୀରଙ୍କୁ ‘ଜର୍ଣ୍ଣାଲିଷ୍ଟ ଅଫ୍‍ ଦ ଇୟର’(ପ୍ରକାଶନ) ଭାବେ ପୁରସ୍କୃତ କରାଯାଇଥିଲା । ସେ ଦୀର୍ଘ ଦିନ ଧରି ମାଓବାଦୀ ପ୍ରଭାବିତ ଅଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟା ଓ ମହିଳା, ଶିଶୁ ସମ୍ପର୍କୀତ ଖବର ପରିବେଷଣ କରିଆସୁଛନ୍ତି । ଭାରତୀୟ ଭାଷା ରିପୋର୍ଟର ଅଫ୍‍ ଦ ଇୟର(ପ୍ରସାରଣ) ଭାବେ ଜ୍ୟୋତିସ୍ମିତା ନାୟକ ପୁରସ୍କୃତ ହୋଇଥିଲେ । ଜ୍ୟୋତିସ୍ମିତା ଯାଜପୁର କଳିଙ୍ଗର ନଗରର ପରିବେଶ ସମସ୍ୟା ଓ ସ୍ଥାନୀୟ କୃଷକଙ୍କ ଉପରେ ଉଲ୍ଲେଖନୀୟ ସାମ୍ବାଦିକତା କରିଛନ୍ତି ।

କାର୍ଯ୍ୟକ୍ରମରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍‍କାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିବା ଦରକାର । ଏ ଦିଗରେ ଇମ୍‍କା ଭଲ ଉଦ୍ୟମ କରିଆସୁଛି । ଆଇଆଇଏମ୍‍ସିର ପୁରାତନ ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ଭଲ କାମ କରି ଅନୁଷ୍ଠାନର ଗୌରବ ବଢ଼ାଇ ଆସୁଛନ୍ତି । ସବୁ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୌରବକୁ ବଜାୟ ରଖିବା ପାଇଁ ପ୍ରଫେସର ଚାଟାର୍ଜୀ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ଓଡି଼ଶା ଶାଖା ସଭାପତି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂସଦର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ କହିଥିଲେ । କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ନେଇ ଇମ୍‍କା ଯୋଜନା କରୁଛି । ଖୁବ୍‍ ଶୀଘ୍ର ପୁରାତନ ଛାତ୍ରଛାତ୍ରୀ ତଥା ସାମ୍ବାଦିକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା କରିବା ନେଇ ଘୋଷଣା କରିଥିଲେ । ଏଥିରେ ଅଧିକରୁ ଅଧିକ ସଦସ୍ୟ ଯୋଡି଼ ହୋଇ ସୁବିଧା ହାସଲ କରିବାକୁ କହିଥିଲେ।

ଏହି ଅବସରରେ ସଂସ୍ଥାନର ରୌପ୍ୟ ଜୟନ୍ତୀ ବ୍ୟାଚ୍‍(୧୯୯୬-୯୭) ଛାତ୍ରଛାତ୍ରୀ ବରିଷ୍ଠ ସାମ୍ବାଦିକ ଯଯାତି କରନ, ଶାରଦା ଲାହାଙ୍ଗୀର, ତପନ ସ୍ୱାଇଁ, ପବିତ୍ର ମୋହନ ସେନାପତି, ସଙ୍ଗିତା ଅଗ୍ରୱାଲ, ପ୍ରଦୀପ୍ତ ତ୍ରିପାଠୀଙ୍କୁ ଇମ୍‍କା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କେନ୍ଦ୍ରୀୟ କମିଟିର ପରିଚାଳନା ପରିଷଦ ସଦସ୍ୟ ଦାଦନ ବିଶ୍ୱକର୍ମା ଯୋଗ ଦେଇଥିଲେ । ଓଡି଼ଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ସମସ୍ତ କାର୍ୟ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବ୍ୟାଚ୍‍ର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ । କର୍ମମୟ ଜୀବନରୁ ଟିକିଏ ଅବସର ପାଇ ସହପାଠୀମାନେ ପରସ୍ପର ଭାବ ବିନିମୟ କରିଥିଲେ ।

Leave A Reply

Your email address will not be published.