ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଫ୍‍ଏସ୍‍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟ ସରକାର ଆଇଏଫଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ୧୯୮୯ ବ୍ୟାଚର ଆଇଏଫଏସ ତଥା ରାଜ୍ୟ ପରିବେଶ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ନୋଡାଲ) ଭାବେ ବଦଳି କରାଯାଇଛି। ଏହାସହ ସେ ପୂର୍ବପରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସମନ୍ୱିତ ଉପକୂଳ ଜୋନ୍‍ ପରିଚାଳନା ପ୍ରକଳ୍ପ(ଆଇସିଜେଡ୍‍ଏମପି)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ ଥିବା ୧୯୯୪ ବ୍ୟାଚର ଆଇଏଫଏସ ଡ. କେ ମୁରୁଗେସନଙ୍କୁ ରାଜ୍ୟ ପରିବେଶ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ସେ ନିଜ ପୂର୍ବ ଦାୟିତ୍ୱରେ ରହିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ୨୦୦୧ ମସିହାର ଆଇଏଫଏସ ଜି. ରାଜେଶଙ୍କୁ ଓମ୍ବାଡ୍‍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହାସହ ସେ ପୂର୍ବବତ୍‍ ରାଜ୍ୟ ଖଣି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି

Leave A Reply

Your email address will not be published.