ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଷ୍ଟମ ଅଫିସର ହେବାକୁ ଚାହୁଁଥିଲେ କିପରି କରିବେ ପ୍ରସ୍ତୁତି, କ‘ଣ ରହିଛି ନିଯୁକ୍ତି ସୁଯୋଗ…

ଆମ ଦେଶରେ ଜିଏସ୍‌ଟି ଆଦାୟ ଠାରୁ ଆରମ୍ଭ କରି ପରିବହନ କ୍ଷେତ୍ରରେ ଅନେକ ବେଆଇନ କାର୍ଯ୍ୟ ଆଖି ସାମ୍‌ନାକୁ ଆସିଥାଏ। କେହି କେହି ଜିଏସ୍‌ଟି ଦେବାକୁ ଫାଙ୍କି ଦେଇଥାନ୍ତି ତ ଆଉ କିଏ ପରିବହନ କ୍ଷେତ୍ରରେ ସଠିକ୍‌ ପ୍ରମାଣପତ୍ର ଦେଇପାରି ନ ଥାନ୍ତି। ସରକାରୀ ସ୍ତରରେ ଏହାକୁ ରୋକିବାକୁ ଏକ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ କଷ୍ଟମ୍‌ ଅଫିସର୍‌ କୁହାଯାଏ। ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌ କିମ୍ବା ଏସ୍‌ଏସ୍‌ସି ସିଜିଏଲ୍‌ ଦ୍ବାରା ପରିଚାଳନା ହେଉଥÒବା ସିଭିଲ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପରୀକ୍ଷାରେ ଜଣେ ବ୍ୟକ୍ତି ଉତ୍ତୀର୍ଣ୍ଣ ହୋଇ କଷ୍ଟମ୍‌ ଅଫିସର୍‌ ହୋଇପାରନ୍ତି। ଏଥିପାଇଁ ପ୍ରତିବର୍ଷ ସ୍ବତନ୍ତ୍ର ପରୀକ୍ଷା ଦେବାକୁ ପଡ଼ିଥାଏ। ଏହି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଜଣେ ବ୍ୟକ୍ତି କ୍ଲାସ-୧ କିମ୍ବା କ୍ଲାସ୍‌-୨ ଅଫିସର୍‌ ହେବାକୁ ସୁଯୋଗ ପାଇଥା’ନ୍ତି।

ପରୀକ୍ଷା ପ୍ରସ୍ତୁତି:

ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଅନୁସାରେ ପଢ଼ିବା ଆବଶ୍ୟକ। ଅନ୍‌ଲାଇନ୍‌ରେ ମଧ୍ୟ ପାଠ୍ୟଖସଡ଼ା ଉପଲବ୍ଧ ରହୁଛି। ତେଣୁ ପ୍ରତିଷ୍ଠିତ କୋଚିଂ ସେଣ୍ଟରରୁ ନିଜକୁ ପ୍ରସ୍ତୁତ କରିବା ଦ୍ବାରା ପରୀକ୍ଷାରେ କୃତକାର୍ଯ୍ୟ ହେବା ସହଜ ହୋଇଥାଏ। ଏଥିରେ ସଫଳତା ହାସଲ କରିବା ପାଇଁ ଗଣିତ, ସାଧାରଣ ଜ୍ଞାନ, କମ୍ପ୍ୟୁଟର ଜ୍ଞାନ, ଅର୍ଥନୀତି, ପରିସଂଖ୍ୟାନ, ଇଂରାଜୀ, ସାକ୍ଷାତକାର ଆଦି ଉପରେ ଅଧିକ ଗୁରୁତ୍ବ ଦେବା ଜରୁରୀ। ଏଥିପାଇଁ ଗୋଟିଏ ତାଲିକା ପ୍ରସ୍ତୁତି କରି ସମୟ ମଧ୍ୟରେ ପାଠ ସମ୍ପୂର୍ଣ୍ଣ କରିବା ଉଚିତ।

ଶିକ୍ଷାଗତ ଯୋଗ୍ୟତା:

କଷ୍ଟମ୍‌ ଅଫିସର୍‌ ହେବାକୁ ଚାହୁଁଥିଲେ ସ୍ନାତକ ପରୀକ୍ଷାରେ ୫୫ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ ହେବା ଜରୁରୀ। ଏଥିପାଇଁ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ବୟସସୀମା ୩୦ ହେବା ଆବଶ୍ୟକ। ୩ଟି ପର୍ଯ୍ୟାୟରେ ଏହି ପରୀକ୍ଷା ହୁଏ। ପ୍ରଥମରେ ଅବଜେକ୍ଟିଭ୍‌ (୨୦୦ମାର୍କ)ଏବଂ ଦ୍ବିତୀୟ (ମେନ୍‌) ସବଜେକ୍ଟିଭ୍‌ (୪୦୦ ମାର୍କ) ଓ  ଶେଷରେ ସାକ୍ଷାତକାରରେ ସଫଳତା ମିଳିବା ପରେ ଜଣେ ଏହି ଚାକିରିରେ ଯୋଗ ଦେଇଥା’ନ୍ତି।

ନିଯୁକ୍ତି ସୁଯୋଗ:

ଦେଶ ବିଦେଶରେ ଏ କ୍ଷେତ୍ରରେ ନିଯୁକ୍ତି ଲାଗି ଯଥେଷ୍ଟ ସମ୍ଭାବନା ରହିଛି।  ଅନେକ ସମୟରେ କଷ୍ଟମ୍‌ ଅଫିସର୍‌ ଆଇଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ଙ୍କ ଭଳି କାର୍ଯ୍ୟ କରିବାର ସୁଯୋଗ ପାଇଥାନ୍ତି। ବିମାନବନ୍ଦରରେ ଏମାନଙ୍କୁ ସ୍ବତନ୍ତ୍ର କାର୍ଯ୍ୟ ଭାର ଦିଆଯାଇଥାଏ। ଦେଶ ମଧ୍ୟକୁ ଅବୈଧ ପ୍ରବାସୀଙ୍କୁ ରୋକିବା, ରପ୍ତାନୀ ଏବଂ ଆମଦାନୀ ବିଷୟରେ ସମସ୍ତ ରେକର୍ଡ ପରିଚାଳନା କରିବା, ରାଜ୍ୟ ଓ ଜାତୀୟତା ମଧ୍ୟରେ ସମ୍ପର୍କ ସ୍ଥାପନା କରିବା ଆଦି ଏମାନଙ୍କର ଦାୟିତ୍ବରେ ଥାଏ।

 ରୋଜଗାର:

ଏ କ୍ଷେତ୍ରରେ ରୋଜଗାରର ଭଲ ସୁଯୋଗ ଅଛି। ଜଣେ କଷ୍ଟମ୍‌ ପ୍ରିଭେନଟିଭ୍‌ ଅଫିସର୍‌ଙ୍କୁ ମାସିକ ୪୪,୯୦୦ଟଙ୍କା, ସେଣ୍ଟ୍ରାଲ ଏକ୍ସାଇଜ୍‌ ଇନସପେକ୍ଟରଙ୍କୁ ମାସିକ ୪୪୯୦୦ଟଙ୍କା, ଏକ୍‌ଜାମିନର ଅଫ୍‌ ଇଣ୍ଡିଆନ୍‌ କଷ୍ଟମ୍‌ ଅଫିସର୍‌ଙ୍କୁ ମାସିକ ୫୨୦୦୦, ଆସିଷ୍ଟାଣ୍ଟ କମିଶନ୍‌ରଙ୍କୁ ମାସିକ ୫୦୦୦୦ରୁ ୬୫୦୦୦ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ।  ସମୟକ୍ରମେ ଅଭିଜ୍ଞତା ଆସିବା ପରେ ଏ କ୍ଷେତ୍ରରୁ ଅଧିକ ଦରମା ପାଇପାରିବେ।

Leave A Reply

Your email address will not be published.