ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତଦାନ କରୁଥିଲେ ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଦିଅନ୍ତୁ ଦୃଷ୍ଟି…..

ରକ୍ତର କୌଣସି ବିକଳ୍ପ ନଥିବାରୁ ରକ୍ତଦାନ ଦ୍ବାରା ବିଭିନ୍ନ ବ୍ଳଡ୍‌ଗ୍ରୁପ୍‌ର ରକ୍ତ ସଂଗୃହୀତ ରଖାଯାଏ, ଯାହାକି ଅସ୍ତ୍ରୋପଚାର, ପ୍ରସବ ଜନିତ ରକ୍ତ ଅଭାବ ଏବଂ ବିଭିନ୍ନ ପ୍ରକାର ରକ୍ତଜନିତ ରୋଗରୁ ରୋଗୀର ଜୀବନ ବଞ୍ଚାଇବାରେ ସହାୟକ ହୁଏ। ଏ ଉଦ୍ଦେଶ୍ୟରେ ବ୍ଲଡ୍‌ବ୍ୟାଙ୍କ୍‌ ମଧ୍ୟ ସ୍ଥାପନା କରାଯାଇଛି। ୧୮ରୁ ୬୫ ବର୍ଷ ବୟସର କୌଣସି ବ୍ୟକ୍ତି ରକ୍ତଦାନ କରିପାରିବେ। କିନ୍ତୁ ରକ୍ତ ଦେବା ପୂର୍ବରୁ ଏବଂ ପରେ ରକ୍ତଦାତାମାନେ କିଛି ବିଷୟ ପ୍ରତି ଦୃଷ୍ଟି ଦେବା ଉଚିତ, ଯାହାଦ୍ବାରା ସୁରକ୍ଷିତ ରକ୍ତ ସଂଗୃହୀତ ହୋଇପାରିବ।

  • ରକ୍ତଦାନ କରିବାର ୨-୩ ଘଣ୍ଟା ପୂର୍ବରୁ ପେଟ ପୂରା ଖାଆନ୍ତୁ। ରକ୍ତଦାନର ୨୪ ଘଣ୍ଟା ପୂର୍ବରୁ ଶରୀରରେ ଆଲ୍‌କୋହଲ୍‌ ନଥିବା ଆବଶ୍ୟକ।
  • ରକ୍ତ ଦେବା ପୂର୍ବ ରାତ୍ରିରେ ବ୍ୟକ୍ତି ୬ରୁ ୮ ଘଣ୍ଟା ଶୋଇଥିବା ଦରକାର।
  • ଶରୀରର ଓଜନ ୪୫ କିଲୋଗ୍ରାମ୍‌ରୁ ଅଧିକ ଥିଲେ ମଧ୍ୟ ରକ୍ତଚାପ ଅସାମାନ୍ୟ ଥିଲେ, ଡାକ୍ତରଙ୍କ ପରାମର୍ଶ ପରେ ହିଁ ରକ୍ତଦାନ କରନ୍ତୁ।
  • ରକ୍ତଦେବା ପୂର୍ବରୁ ହିମୋଗ୍ଲୋବିନ୍‌ ଯାଞ୍ଚ୍‌ କରନ୍ତୁ। ହିମୋଗ୍ଲୋବିନ୍‌ କାଉଣ୍ଟ୍‌ ଅନୁସାରେ ୧୨.୫ଜି/ଡିଏଲ୍‌ଠାରୁ ଅଧିକ ଥିଲେ ରକ୍ତଦାନ କରନ୍ତୁ।
  • ରକ୍ତ ଦେବା ପୂର୍ବରୁ ସ୍ବାସ୍ଥ୍ୟ ସମ୍ପର୍କିତ କିଛି ପ୍ରଶ୍ନଭିତ୍ତିକ ଫର୍ମ ରହିଥାଏ, ଏଥିରେ ସଠିକ୍‌ ତଥ୍ୟ ଲେଖନ୍ତୁ।
  • ଅନେକ ଜଣ ରକ୍ତ ଦେଖି ବିଚଳିତ ହୋଇଯାନ୍ତି। କିନ୍ତୁ ଏଭଳି ଅବସ୍ଥାରେ ରକ୍ତ ଦେବା ଠିକ୍‌ ନୁହେଁ। ତେଣୁ ରକ୍ତ ଦେବା ସମୟରେ ନିଜ ମନକୁ ଶାନ୍ତ ରଖନ୍ତୁ।
  • ହାତରେ ଧରିଥିବା ସ୍ପଞ୍ଜ୍‌ ବଲ୍‌କୁ ଜୋର୍‌ରେ ନୁହେଁ, ଧୀେର ଧୀରେ ଦବାନ୍ତୁ ଏବଂ ଉକ୍ତ ପରିବେଶକୁ ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ।
  • ରକ୍ତଦାନ ପରେ ସାଙ୍ଗେ ସାଙ୍ଗେ ବେଡ୍‌ରୁ ଉଠନ୍ତୁ ନାହିଁ।
  • ରକ୍ତଦାନ ପରେ ଫଳରସ, କଦଳୀ କିମ୍ବା ବିସ୍କୁଟ୍‌ ଭଳି ହାଲ୍‌କା ଖାଦ୍ୟ ଖାଆନ୍ତୁ। କିନ୍ତୁ ଗରିଷ୍ଠ ଖାଦ୍ୟ କିମ୍ବା ମୃଦୁ ପାନୀୟ ପିଅନ୍ତୁ ନାହିଁ।
  • ରକ୍ତଦାନର ୫-୬ ଘଣ୍ଟା ପର୍ଯ୍ୟନ୍ତ କୌଣସି ସିଗାରେଟ୍‌, ତମାଖୁ କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।
  • ରକ୍ତଦାନ ପୂର୍ବରୁ ଓ ପରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଅନ୍ତୁ।
Leave A Reply

Your email address will not be published.