ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଲା କୁକୁର କାମୁଡ଼ିଲେ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଜାରି କରିଛନ୍ତି। ଯଦି ବୁଲା କୁକୁର କାହାରିକୁ କାମୁଡ଼ନ୍ତି କିମ୍ବା କିଛି କ୍ଷତି କରନ୍ତି ତେବେ ସେମାନଙ୍କୁ ନିୟମିତ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ ରହିବ ଏବଂ କ୍ଷତିଭରଣା କରିବ ବୋଲି କୋର୍ଟ କହିଛନ୍ତି। ଦିନକୁ ଦିନ ଦେଶରେ ବୁଲା କୁକୁର କାମୁଡ଼ା ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ ପରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା କୁକୁର କାମୁଡ଼ା ସଂଖ୍ୟା ୧.୫ କୋଟିରେ ପହଞ୍ଚିଥିବାରୁ କୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବ ସହ ଗ୍ରହଣ କରିଛନ୍ତି। ବୁଲା କୁକୁର ସମସ୍ୟାକୁ କିଛି ସମାଧାନର ବାଟ ବାହାର କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜେ କେ ମାହେଶ୍ବରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବୁଲା କୁକୁରଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା କିଛି ଖରାପ କଥା ନୁହେଁ। କିନ୍ତୁ ସେମାନଙ୍କ ଦ୍ବାରା ଅଧିକାଂଶ ସମୟରେ ସମସ୍ୟା ଉପୁଜୁଛି। ଲୋକଙ୍କୁ ସୁରକ୍ଷା ମିଳିବା ଦରକାର। କୁକରଙ୍କ ପ୍ରତି ମାନବିକତା ଏବଂ ସେମାନଙ୍କ ଠାରୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ମଧ୍ୟରେ ସମତୁଲତା ରହିବା ଦରକାର। ବିଶେଷକରି ଯେଉଁମାନେ ବୁଲାକୁକୁରଙ୍କୁ ନିୟମିତ ଖାଇବାକୁ ଦେଉଛନ୍ତି ସେମାନେ କୁକୁରଙ୍କୁ ଟିକା ଦେବା କଥା ମଧ୍ୟ ଚିନ୍ତା କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.