ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିରରେ ଅଘଟଣ; ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର

ପୁରୀ: ପୁରୀ ଶ୍ରୀମନ୍ଦିରରେ ରବିବାର ସକାଳେ ବଡ ଧରଣ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡ଼ିଛି। ଏହି ଅଘଟଣରେ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ଜଣଙ୍କ ହେଲେ ଜମ୍ବେଶ୍ବର ମହାପାତ୍ର। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇବା ପରେ  ଆହତ ସେବାୟତ ଜମ୍ବେଶ୍ବରଙ୍କ ପରିବାରଲୋକଙ୍କୁ ଶ୍ରୀ ମନ୍ଦିର ମୁଖ୍ଯ ପ୍ରଶାସକ ଭେଟିଛନ୍ତି। ଜମ୍ବେଶ୍ବରଙ୍କ ସମସ୍ତ ଚିକିତ୍ସା  ଖର୍ଚ୍ଚ ଶ୍ରୀ ମନ୍ଦିର ପ୍ରଶାସନ ବହନ କରିବ ବୋଲି ମୁଖ୍ଯ ପ୍ରଶାସକ ଜଣାଇଛନ୍ତି। ଏଥିସହିତ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ଜଣେ ସଂଯୋଜକଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ବେଢା ମଧ୍ୟରେ ଯେଉଁ ନୃସିଂହ ମନ୍ଦିର ରହିଛି ସେହି ନୃସିଂହ ମନ୍ଦିର ମଧ୍ୟରେ ସେବାୟତ ଜଣଙ୍କ ପୂଜା କରିବାକୁ ଯାଇଥିଲେ । ତେବେ ଉକ୍ତ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ  ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ଉକ୍ତ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.