ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌ରେ ବାଇକ୍‌ ସହ ଯୁବକ ଜୀଅନ୍ତା ଜଳିଯିବା ଘଟଣା, ମିଳିଲା ଯୁବକଙ୍କ ପରିଚୟ

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ବାଇକ୍‌ ସହ ଜଣେ ଯୁବକ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ତେବେ ଯୁବକ ଜଣଙ୍କ ପରିଚୟ ମିଳିଛି। ମୃତ ଯୁବକ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଭୁବନେଶ୍ବରରେ ମାର୍କେଟିଂ ଚାକିରୀ କରୁଥିଲେ। ସେ କେସୁରାରେ ଭଡାରେ ରୁହନ୍ତି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ରେ ଏକ ବାହାଘରକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ରୁମକୁ ଫେରୁଥିଲେ ।

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍‌ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

Leave A Reply

Your email address will not be published.