ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ହୋଇଛି ସ୍ଥାନ ନିରୂପଣ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ରାଜ୍ୟରେ ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୁପଣ ହୋଇଛି। ଏଥିରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ୟ୍ୟକ୍ଷମ ରହିଛି। ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି। ବାକି ୧୦ଟାରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି ସହ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ।

ସବୁ ଜିନିଷ ସୁବ୍ୟବସ୍ଥିତ କରିବା ପାଇଁ IIT ମାଡ୍ରାସ ସହ ୧୬କୋଟି ୮୫ଲକ୍ଷ ୪ଶହ ଟଙ୍କାର ଚୁକ୍ତି ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଏହାର ସର୍ଭେ ପାଇଁ WAPCOSକୁ ୭୪କୋଟି ଦିଆଯାଇଛି । ସବୁ କାମ ସରକାରୀ ଓ ଘରୋଇ ସହାଭାଗିତାରେ ଚାଲିଛି। ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ସେହିପରି ରାଜ୍ୟରେ ୫୫ଟି ନୂଆ ବସଷ୍ଟାଣ୍ଡ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ଯାୟରେ ୫୫ଟି ବସଷ୍ଟାଣ୍ଡ ତିଆରି କରାଯିବ। ସେଥିରୁ ୧୦ଟିର ଉଦଘାଟନ କରାଯାଇଛି। ଦ୍ଵିତୀୟ ପର୍ୟ୍ୟୟରେ ୫୦ଟି ବସଷ୍ଟାଣ୍ଡ ହେବ। ସେଥିପାଇଁ ଜମି ଚିହ୍ନଟ ପ୍ରକିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

 

Leave A Reply

Your email address will not be published.