ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସ୍‌ହାର ୯୯.୮୬ ପ୍ରତିଶତ

ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.