ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲ୍‌‌ଟେଜ୍ ମୁକାବିଲା

ପର୍ଥ: ଆଜି ରବିବାର ଅଷ୍ଟ୍ରେଲିଆ ପର୍ଥରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚରେ ଦଳ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ପ୍ରାୟ ସୁନିଶ୍ଚିତ ହେବ । ଅପରାହଣ ୪.୩୦ରେ ଭାରତ-ଦକ୍ଷିଣ ଅଫ୍ରିକା ଭିଡାଭିଡି ହେବେ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ ସମସ୍ତଙ୍କ ନଜର। ଏହି ଦୁଇ ଦଳ ମଧ୍ୟରୁ ରବିବାର ଯିଏ ଜିତିବ ସେମିଫାଇନାଲ୍ ଦ୍ବାରରେ ପହଞ୍ଚିଯିବ।

ପରାଜୟ କୌଣସି ଦଳକୁ ବିଶେଷ ବିବ୍ରତ କରିବ ନାହିଁ। ଉଭୟ ୨ଟି ‌ଲେଖାଏଁ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ପାଇ ଟେବୁଲ୍‌ର ପ୍ରଥମ ୨ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା-ଜିମ୍ବାୱେ ମ୍ୟାଚ୍‌ ବର୍ଷା ଧୋଇ ନେଇଥିବାରୁ ପଏଣ୍ଟ ବାଣ୍ଟିଥିଲେ। ପ୍ରତିଯୋଗିତାରେ ଭାରତ ଏକମାତ୍ର ‌ଦଳ ଭାବେ ପରାଜୟ ବରଣ କରିନାହିଁ କି ବର୍ଷାରେ ପ୍ରଭାବିତ ହୋଇନାହିଁ। ବିଶ୍ବକପ୍ ଆରମ୍ଭ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପରସ୍ପର ସହ ସୀମିତ ଓଭର ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଏହି ଲଢ଼େଇ ପୁଣି କିଛି ‌ରୋମାଞ୍ଚ ଭରିବ ବୋଲି ଆଶା କରାଯାଉଛି।

୨୫ ଦିନ ତଳେ ଭାରତରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଦୁଇ ଦେଶ ମଧ୍ୟରେ ୨୦୨୨ରେ ଦୁଇ ଥର ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଛି। ପ୍ରଥମ ଥର କିନ୍ତୁ ଚଳିତ ବର୍ଷ ଭାରତ ବାହାରେ ଖେଳିବେ। ଏହି ଦୁଇ ଦେଶ ବିଶ୍ବକପ୍‌ ପୂର୍ବରୁ ଦାବିଦାର ଭାବେ ଅଷ୍ଟ୍ରେଲିଆ ଆସିଥିବାରୁ ରବିବାରର ରାତି ମ୍ୟାଚ୍‌କୁ ସମସ୍ତଙ୍କ ଅପେକ୍ଷା ରହିଛି।

Leave A Reply

Your email address will not be published.