ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ ମିତାଲୀଙ୍କ ରାଜ୍‌, ପୁନର୍ବାର ହେଲେ ଏକ ନମ୍ବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ରାଙ୍କିଙ୍କ୍‌ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ  ଶୀର୍ଷକୁ ଫେରିଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍‌ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ସ୍ମୃତି ମାନ୍ଧାନାଙ୍କ ରାଙ୍କିଙ୍କ୍‌ରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ସେହିଭଳି ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ମହିଳା ଖେଳାଳି ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ଉପରକୁ ଉଠି ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେ​‌ଳେ ନ୍ୟୁଜିଲାଣ୍ଡର ଜେସ୍‌ ଜୋନାସେନ୍‌ ୮୦୮ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି।

ଦିନିକିଆ ଅଲରାଉଣ୍ଡର ରାଙ୍କିଂ କଥା କହିବାକୁ ଗଲେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି ।

ଅନ୍ୟପଟେ ମିତାଲୀ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ୟାରିୟରରେ ୨୦୦୦୦ ରନ ପୂର୍ଣ୍ଣ କରିଥିଲେ ।

Leave A Reply

Your email address will not be published.